ସୁବର୍ଣ୍ଣପୁର ,ଗତକାଲି ସନ୍ଧ୍ୟା ୬ ଟା ରେ ସୁବର୍ଣ୍ଣପୁର ନଳିନୀ ଛକ ଠାରେ ଜିଲ୍ଲା ପ୍ରଶାସନ ର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦ କୋଟି ବ୍ୟୟ ରେ ନିର୍ମିତ ହେବାକୁ ଥିବା ଏକ ଅତ୍ୟାଧୁନିକ କୃଷକ ବଜାର ର ଭିତ୍ତପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆହାର କେନ୍ଦ୍ର ନିକଟରେ ଜିଲ୍ଲାର ହେରିଟେଜ ପାର୍କ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଅତ୍ୟାଧୁନିକ ବଜାର ର ଭିତ୍ତି ପ୍ରସ୍ତର ର ଶୁଭ ଦେଇଥିବା ବେଳେ ହେରିଟେଜ ପାର୍କ ର ଲୋକାର୍ପଣ କରିଛନ୍ତି l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ , ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ, ତହସିଲଦାର ସୌମ୍ୟ ରୂପା ରଥ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ପିତl ନାଏକ, ଯୋଗ ଦେଇ ଜିଲ୍ଲା ର ସମସ୍ତ କୃଷକ ଓ ସଧାରଣ ଜନତା ଏହି ବଜାର ରେ ସୁବିଧା ପାଇ ପାରିବେ ବୋଲି କହିବା ସହ ଏହି ବଜାର ଜିଲ୍ଲାର କୃଷି ଓ କୃଷକ ଙ୍କୁ ସଶକ୍ତ କରିବାରେ ବିଶେଷ ସହାୟକ ହେବ l ସେହିପରି ହେରିଟେଜ ପାର୍କ ଜିଲ୍ଲାର ଇତିହାସ ର ମୁକସାକ୍ଷୀ ହୋଇ ଜିଲ୍ଲାର ଐତିହ୍ୟ ପରମ୍ପରା କୁ ଉଦ୍ଜୀବିତ କରିବା ସାଙ୍ଗକୁ ଭବିଷ୍ୟତ ପୀଢ଼ି ନିମନ୍ତେ ପ୍ରେରଣା ଦାୟୀ ହୋଇପାରିବ l ବଜାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସଭାରେ ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲି ର ସମ୍ପାଦକ ଶ୍ରୀ ଉଦିତ ବାବୁ ସଂଯୋଜନା କରିଥିଲେ l ସଭାରେ ଜିଲ୍ଲା ର ବହୂ ବୁଦ୍ଧିଜିବୀ, ସଚେତନ ନାଗରିକ, ସ୍ଵଂୟ ସହାୟକ ମହିଳା, ସୋନପୁର ସହରବାସୀ ଯୋଗ ଦେଇଥିଲେ l
Related Stories
November 21, 2024
November 21, 2024