
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ସଭା କକ୍ଷରେ ଭାରତୀୟ ଗୁଣାତ୍ମକ ବ୍ୟୁରୋ ତରଫରୁ ଏକଦିବସୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବାବେଳେ ମାଷ୍ଟର ଟ୍ରେନର ଲଳିତ କୁମାର ଦାସ ଏବଂ ବୃନ୍ଦାବନ ବୁ ରୁଡି ବି.ଆଇ.ଏସ ଭୁବନେଶ୍ୱର କାର୍ଯ୍ୟାଳୟ ତରଫରୁ ଦ୍ରବ୍ୟର ଗୁଣାତ୍ମକ ବିଷୟରେ ସମ୍ପୂର୍ଣ୍ଣ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.କ୍ୟୁ.ଏ.ସି ସଂଯୋଜକ ତଥା ମାନଙ୍କ ମିତ୍ର ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧିବେଶନରେ ୩୭ଜଣ ସ୍ୱେଛାସେବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅନ୍ୟତମ ଅତିଥି ପ୍ରେମରେଖା ଭତ୍ରା ଏବଂ ଗୌତମ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ସ୍ୱେଛାସେବୀମାନେ ମୋବାଇଲ ମାଧ୍ୟମରେ ଗୁଣାତ୍ମକ ସଂଯୋଗୀକରଣ ଶିବିରରେ ଭାଗ ନେଇ ଗାଁ,ବଜାର, ସ୍କୁଲ, କଲେଜ ଓ ଛକ ଜାଗାରେ ଉପସ୍ଥିତ ରହି ମୋବାଇଲ ଜରିଆରେ ଦ୍ରବ୍ୟର ଖାଦ୍ୟର ଗୁଣାତ୍ମକ ବିଷୟରେ ଗ୍ରାହକ ମାନଙ୍କୁ ସଚେତନ କରାଇବା ପାଇଁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିପ୍ତୀରେଖା ମିଶ୍ର, ପ୍ରମୋଦ ପରିଡା, ବିଘ୍ନେଶ୍ୱର କଡିସିକା,ଆର. କ୍ରାନ୍ତି ସାଗର ସହଯୋଗ କରିଥିଲେ । ପ୍ରାରମ୍ଭରେ କନିକା ଭଜନ ଗାନ କରିଥିବା ବେଳେ ଛାତ୍ର ଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସଭା ଶେଷରେ ଆରତୀ ଲୁଗୁନ, ଅଧ୍ୟାପିକା ଧନ୍ୟବାଦ ଅର୍ପଣ କରିଥିଲେ ।