ବାରିପଦା- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୬.୦୧.୨୦ ମାସର ପ୍ରଥମ ସୋମବାର ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ କେନ୍ଦ୍ର, ୧୩.୦୧.୨୦ ଦ୍ୱିତୀୟ ସୋମବାର ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋÂ, ୨୦.୦୧.୨୦ ତୃତୀୟ ସୋମବାର ପାଞ୍ଚପୀଢ ଉପଖଣ୍ଡ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋÂ ଏବଂ ମଙ୍କସର ଶେଷ ସୋମବାର ୨୭.୦୧.୨୦ ଚତୁର୍ଥ ସୋମବାର କପ୍ତିପଦା ଉପଖଣ୍ଡ, ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋÂ ଠାରେ ଅନୁÂିତ ହେବ । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ସଂପୃକ୍ତ ଉପଖଣ୍ଡର ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସିଡିପିଓ ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁÂିତ ହେବାକୁଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ସଂପୃକ୍ତ ଅଚଂଳର ଜନ ସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସଂପର୍କୀତ ଅଭିଯୋଗ ଲିଖିତ ଅଥବା ମୌଖିକ ଭାବେ ଶିବିରରେ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Related Stories
November 25, 2024