କେନ୍ଦ୍ରାପଡ଼ା – ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବାରମ୍ବାର ବଦଳି ଯୋଗୁ ଉନ୍ନୟନ କାର୍ଯ୍ୟ ହୋଇ ନପାରି ପଡିରହିଛି ୧ କୋଟି ୩୦ ଲକ୍ଷ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ବଦଳି କରାଯାଉଥିବାରୁ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି । ଏ ନେଇ ପୂର୍ବତନ ସରପଂଚ, ୱାର୍ଡ ସଭ୍ୟ ଓ ଜନସାଧାରଣ ଏହାର ପୁନର୍ବିଚାର କରିବା ପାଇଁ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି । ଦାବି ମୁତାବକ ୨୦୧୭ ମସିହାରେ ପଂଚାୟତ ପୁନର୍ଗଠନ ପରେ ଏହି ପଂଚାୟତର ନିର୍ବାହୀ ଅଧିକାରୀ ମାନଙ୍କୁ ବାରମ୍ବାର ବଦଳି କରାଯାଉଛି । ଫଳରେ ସରକାରଙ୍କ ଅନୁମୋଦନ ଲାଭ କରିଥିବା ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯାଇପାରୁନାହିଁ । ଏଥିପାଇଁ ପଂଚାୟତକୁ ଆସିଥିବା ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ଗଚ୍ଛିତ ରହିଛି । ବର୍ତମାନର ନିର୍ବାହୀ ଅଧିକାରୀ ମଳୟ କୁମାର ଖୁଂଟିଆଙ୍କୁ ମଧ୍ୟ ବଦଳି କରିବା ପାଇଁ ନିର୍ଦ୍ଦେଶ ଆସିଛି । ତାଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ୍ କରିବା ପାଇଁ ଅକ୍ଷୟ କୁମାର ଲେଙ୍କା, ରମେଶ ଚନ୍ଦ୍ର ରାଉତ, ପ୍ରସନ୍ନ କୁମାର ରାଉତ, ଦେବକୀ ପ୍ରଧାନ, ନିରଞ୍ଜନ ବେହୁରା, ସୈାମ୍ୟରଂଜନ ରାଉତ, ଅଭିରାମ ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।

Related Stories
November 23, 2024