କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ସ୍ଥାନୀୟ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପୁରୀ ରେ ୧୧ତମ ମହାବୀର ତଥା ଲକି ମେମୋରିଆଲ ଟ୍ରଫିର ଫାଇନାଲ ମ୍ୟାଚରେ ବାପୁଜୀ ସ୍ପୋର୍ଟି ଭୁବନେଶ୍ୱର ବନାମ ଜୁଭେନାଇଲ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଜୁଭେନାଇଲ କଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ନିର୍ଧାରିତ ୩୦ଓଭର ରୁ ଦଳ ମାତ୍ର ୨୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୩ ରନ ସଂଗ୍ରହ କରିଥିଲା । ଜବାବରେ ବାପୁଜୀ ସ୍ପୋର୍ଟି ତାର ୮ ୱିକେଟ୍ ହରାଇ ୨୪.୩ ଓଭରରେ ନିର୍ଦ୍ଧାରିତ ୧୦୪ରନ ହାସଲ କରି ଚମ୍ପିୟାନ ଥିଲା । ବାପୁଜୀ ସ୍ପୋର୍ଟି ର ପ୍ରୟାସ ସିହ଼ ମ୍ୟାନ ଅଫ ଦି ମ୍ୟାଚ୍, ରାକେଶ ପଟ୍ଟନାୟକ ମ୍ୟାନ ଅଫ ଦି ସିରିଜ ଏବଂ ଜୁଭେନାଇଲ ର ସାଇଦୀପ୍ ମହାପାତ୍ର ବେଷ୍ଟ ବ୍ୟାଟ୍ସମ୍ୟାନ୍ ଏଵମ୍ ରାମଚନ୍ଦ୍ର ବେହେରା ଶ୍ରେଷ୍ଠ ବୋଲର ଭାବେ ଅତିଥି ନ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ମ୍ୟାଚ୍ ପରିଚାଳନା ଅମ୍ପାୟାର ତ୍ରିଭୁବନ ଦାଶ ଏବଂ ଆଲୋକ ଦାଶ କରିଥିଲେ। ଆଜିର ମୁଖ୍ଯ ଅତିଥି ଭାବେ ବିଜେପି ଦଳର ମୁଖ୍ୟ ପ୍ରବକ୍ତା ସମ୍ବିତ ପାତ୍ର,ବିଧାୟକ ଜୟନ୍ତ ଷଡ଼ଙ୍ଗୀ ,କ୍ଲବ୍ ସଭାପତି ଡାକ୍ତର ବରେନ୍ ପଟ୍ଟନାୟକ,ସମ୍ପାଦକ ରଘୁନାଥ ଜଗଦ୍ଦେବ,ଡାକ୍ତର ଶୁଭେନ୍ଦୁ ମହାନ୍ତି ,ସମାଜସେଵକ ମାଧବ ଖୁଣ୍ଟିଆ, ଜୟକୃଷ୍ଣ ଦାସମହାପାତ୍ର,ବେଣୁଧର ଖୁଣ୍ଟିଆ,ଭଗବାନ ପଢିଆରୀ, ପ୍ରିତମ ଜଗଦ୍ଦେବ ଯୋଗ ଦେଇଥିଲେ। ବିଜେତା ଦଳକୁ ଆକାଶ ମେମୋରିଆଲ ଟ୍ରଫି ସହ ନଗଦ ୩୦୦୦୦ଟନ୍କା ଏଵମ୍ ରନର୍ସ ଅଫ୍ ଦଳକୁ ଦୁର୍ଗା ମେମୋରିଆଲ ଟ୍ରଫି ସହ ନଗଦ ୨୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟ ଚେୟାରମ୍ୟାନ ଅନିରୁଦ୍ଧ ରାଉତ ଓ ସଂପାଦଦ ସମରେନ୍ଦୁ ମହାନ୍ତିଙ୍କ ଏଵମ୍ ରମାକାନ୍ତ ମିଶ୍ର ନ୍କ ତତ୍ୱାବଧାନରେ ସଵୁକାର୍ଯ ସମ୍ପାଦିତ ହୋଇଥିଲା।
Related Stories
November 22, 2024