
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତୀୟ ମଜଦୂର ସଂଘ ପୁରୀ ଜିଲ୍ଲା ର ଅଧିବେଶନ ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଲୋକନାଥ ଲଜ୍ ପ୍ରାଙ୍ଗଣ ରେ ଅନୁଷ୍ଠିତ ହେଇଥିଲା। ଅଧିବେଶନ ପ୍ରାରମ୍ଭ ରୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜରୀ ଦତ୍ତ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ଅଧିବେଶନ ରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ରେ ଯୋଗ ଦେଇ ପୁରୀ ଜିଲ୍ଲା ରେ କାର୍ଯ୍ୟରତ ହଜାର ହଜାର ସଂଖ୍ୟା ରେ ଅସଙ୍ଗଠିତ ଶ୍ରମିକ ମାନଙ୍କୁ ଏକତ୍ରିତ କରି ସେମାନଙ୍କ ପାଇଁ ସରକାର ଙ୍କ ତରଫରୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗ ରେ ପୁରୀ ଜିଲ୍ଲା ର ସମସ୍ତ କାର୍ଯ୍ୟ କର୍ତ୍ତା ଜିଲ୍ଲା ରେ ଏକତ୍ରିତ ହୋଇ କାର୍ଯ୍ୟ କରିଲେ ଭାରତୀୟ ମଜଦୂର ସଂଘ ଓଡ଼ିଶା ପ୍ରଦେଶ ରେ ପୁରୀ ଜିଲ୍ଲା ଏକ ଅଗ୍ରଣୀ ଭୂମିକା ହାସଲ କରିପାରିବ। ଓଡ଼ିଶା ରେ କାର୍ଯ୍ୟରତ ଲକ୍ଷାଧିକ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନଙ୍କ ର ଦାବି ନେଇ ଭାରତୀୟ ମଜଦୂର ସଂଘ ବିଗତ ଦିନ ରେ ଯେଉଁ ଭଳି ଆନ୍ଦୋଳନ କରିଥିଲା , ରାଜ୍ୟ ସରକାର ବାଧ୍ୟ ହୋଇ ସେମାନଙ୍କର ମାନଧନ ବଢାଇବାର ଘୋଷଣା କରିଥିଲେ।
ଭାରତୀୟ ମଜଦୂର ସଂଘ ର ଅନ୍ୟତମ ସମ୍ପାଦକ ରଞ୍ଜନ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରୀ ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସମାଜ କୁ ଏକତ୍ରିତ ହୋଇ ଭାରତୀୟ ମଜଦୂର ସଂଘ ରେ ଯୋଗଦାନ କରିବା ପାଇ ଆହ୍ବାନ କରିଥିଲେ। ପୁରୀ ଜିଲ୍ଲା ସମ୍ପାଦକ ଶ୍ରୀ ବିଶ୍ଵ ନାରାୟଣ ଦାଶ ଗତ ବର୍ଷ ର ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶେଷ ରେ ଆଗାମୀ ବର୍ଷ ପାଇଁ ଭାରତୀୟ ମଜଦୂର ସଂଘ ପୁରୀ ଜିଲ୍ଲା ର ଏକ ନୂତନ କାର୍ଯକାରୀ କମିଟି ରାଜ୍ୟ ସାଧାରଣ ସମ୍ପାଦକ ଘୋଷଣା କରିଥିଲେ । ସେମାନଙ୍କ ମଧ୍ୟ ରେ ସଭାପତି – ରାଜକୁମାର ମିଶ୍ର ,କାର୍ଯକାରୀ ସଭାପତି – ପ୍ରତିମା ମଞ୍ଜରୀ ଦତ୍ତ ,ଉପ ସଭାପତି – ବ୍ରଜବନ୍ଧୁ ଦାସ, ଅମିୟ କୁମାର ରାୟ, ସମ୍ପାଦକ – ବିଶ୍ଵ ନାରାୟଣ ଦାଶ, ସହ ସମ୍ପାଦକ – ସର୍ବେଶ୍ଵର ମହାରଣା, ଯୁଗ୍ମ ସମ୍ପାଦକ – ଗଣେଶ ଆଚାରି ,ସଙ୍ଗଠନ ସମ୍ପାଦିକା – ଭବାନୀ ମିଶ୍ର , କୋଷାଧ୍ୟକ୍ଷା – ମଞ୍ଜୁଲତା ମୁଦୁଲି ,ଉପଦେଷ୍ଟା – ବିଭୁଦେନ୍ଦ୍ର ନାୟକ,କୁଳମଣି ପୃଷ୍ଟି ,ସୁଷମା ବେହେରା । କାର୍ଯ୍ୟକାରୀ କମିଟି ସଭ୍ୟ ଭାବ ରେ – ରୀତା ମାଝୀ , ସନ୍ଧ୍ୟାରଣୀ ମିଶ୍ର , ବିଜୟଲକ୍ଷ୍ମୀ ମିଶ୍ର ,ରଞ୍ଜିତା ଦାସ, ନେତ୍ରାନନ୍ଦ ସାହୁ ଏବଂ ପ୍ରିୟବ୍ରତ ଜେନା ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ,ଘରୋଇ ସେବିକା, ରେଲୱେ ଠିକା କର୍ମଚାରୀ , ଉଜ୍ଵଲା ଦିଦି , ମସ୍ୟଜିବି, ଇ- ରିକ୍ସl ଚାଳକ , ଉଠା ଦୋକାନୀ, ମହାରଣା ଏବଂ ହୋଟେଲ ଓ ଲଜିଂ କର୍ମଚାରୀ ସଂଘ ତରଫରୁ ଶ୍ରମିକ ଏବଂ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଶେଷ ରେ ସଙ୍ଗଠନ ସମ୍ପାଦିକା ଭବାନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।