
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ର ଆହ୍ଵାନ ରେ ରାଜ୍ୟ ରାଜଧାନୀ ଭୁବନେଶ୍ବର ସ୍ଥିତ ଲୋୟର ପି ଏମ ଜି ଗାନ୍ଧୀ ମାର୍ଗ ଠାରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଯକୁ ୩୩ ଦିନ ରେ ପହଞ୍ଚିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଗୋଚର କରୁ ନାହାନ୍ତି ।ହଜାର ହଜାର ଶିକ୍ଷକ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହେଲେ ଦୁଃଖର ବିଷୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ ।ମୁଖ୍ୟମନ୍ତ୍ରୀ ୨୦୦୪ ମସିହାରେ ଏକ ଘୃଣ୍ୟ ମାନସିକତା ନେଇ ଅନୁଦାନ ରାଶିକୁ ପରିବର୍ତ୍ତନ କରି ବ୍ଲକ୍ ଗ୍ରାଣ୍ଡ ଭଳି ଏକ କୁସ୍ଚିତ ଅବଦାନ ଆଇନ ଲାଗୁ କଲେ ।ଯାହା ଫଳରେ ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ ଚାକିରି କରି ମଧ୍ୟ ଜଣେ ଶିକ୍ଷକ ରେଗୁଲାର ହୋଇ ପାରିନାହିଁ ।ବର୍ତ୍ତମାନ ସୁଦ୍ଧା ୧୯୪ ଗୋଟି ବିଦ୍ୟାଳୟକୁ ଏପର୍ଯ୍ୟନ୍ତ କୌଣସି ଅନୁଦାନ ମିଳି ପାରିଲା ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଓଷ୍ଟା ସଂଘର ସଂପାଦକ ବିଭୁଦତ୍ତ ନାୟକ କହିଛନ୍ତି।ସେ କହିଛନ୍ତି ଯେଉଁ ଶିକ୍ଷକ ମାନେ ଅବସର ନେଉଛନ୍ତି ସେମାନଙ୍କ ମଧ୍ୟରେ ଯେଉଁମାନେ ରେଗୁଲାର ଶିକ୍ଷକ ସେମାନଙ୍କ ନିମନ୍ତେ ପେନସନ ୬ ଲକ୍ଷ ଏବଂ ଅଣ ଶିକ୍ଷକ ମାନଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ସରକାର ଘୋଷଣା କରିବା ଶିକ୍ଷକ ସମାଜ ପ୍ରତି ଉପହାସ ପରି ମନେ ହେଉଛି ବୋଲି କହିଛନ୍ତି ।ତେଣୁ ସରକାର ଯଦି ଶିକ୍ଷକ ମାନଙ୍କ ଦାବି ପୂରଣ ନକରନ୍ତି ତେବେ ଆସନ୍ତା ଦିନରେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକି ଉଠିବ ଯେଉଁଥି ପାଇଁ ସରକାର ଦାଇ ରହିବେ ।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ବିଜୟ କୁମାର ବରାଳ,କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ,ଯୁଗ୍ମ ସମ୍ପାଦକ ପ୍ରତାପ ଚନ୍ଦ୍ର ପଲେଇ, ତରୁଣ କୁମାର ନାୟକ,ଉପ ସଭାନେତ୍ରୀ ରୁପଶ୍ରି ଛୋଟରାୟ,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଲିଙ୍ଗରାଜ ସାହୁ, ତପନ କୁମାର ଜେନା,ଗୋପାଳ କୃଷ୍ଣ ବାରିକ,ନିରଞ୍ଜନ ସାହୁ,ହରିହର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ ।