ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପୌରାଂଚଳରେ ସମୃଦ୍ଧି ଉସôବ ପାଳନ କରାଯିବ । ସହରାଂଚଳରେ ଥିବା ଗରିବ ଲୋକ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋÂି ସଦସ୍ୟାଙ୍କ ଆର୍ଥିକ ବିକାଶ ଲାଗି ଏହି କାର୍ଯ୍ୟକ୍ରମ ଅନୁÂିତ ହେବ । ଏଥିଲାଗି ଆଜି ରାଜ୍ୟ ସହରାଂଚଳ ବିକାଶ କର୍ତୃପକ୍ଷ (ସୁଡା) ଦପ୍ତରରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁÂିତ ହୋଇଯାଇଛି । ଏଥିରେ ସମୃଦ୍ଧି ଉସôବ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ଯୋଜନା ଆରମ୍ଭ ହେବାକୁ ୪ଟି ପୌରସଂସ୍ଥା କଟକ, ସମ୍ବଲପୁର, ରାଉରକେଲା ଓ ପୁରୀର ଗୋÂି ସଂଗଠକ ଓ ସହରାଂଚଳ ମିଶନ ପରିଚାଳନା ୟୁନିଟ୍ (ସିଏମଏମୟୁ) ର ପରିଚାଳକମାନଙ୍କୁ ସଚେତନ କରାଯାଇଥିଲା ।
ବୈଠକରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ଓ ସୁଡାର ଅତିରିକ୍ତ ନିଦେ୍ର୍ଧଶକ ଶାରଦା ପଣ୍ଡା ଉପସ୍ଥିତ ରହି ସହରାଂଚଳରେ ଲୋକଙ୍କ ଆର୍ଥିକ ବିକାଶ ସହିତ ଯେଭଳି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯୋଜନା ଗୁଡିକ ସଫଳତାର ସହିତ କାର୍ଯ୍ୟକାରୀ ହେବ ସେ ସଂକ୍ରାନ୍ତରେ ଗୋÂି ସଂଗଠକ ଓ ପରିଚାଳକମାନଙ୍କୁ ପରାମର୍ଶ ଦେଇଥିଲେ ।
ପୌର ପ୍ରଶାସକ ଶ୍ରୀ ନାୟକ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ନିୟୋଜିତ ସ୍ୱଚ୍ଛ ସାଥୀ ଓ ଗୋÂି ଭିତିକ ଜଳ ପରିଚାଳନା ପାଇଁ ସ୍ୱୟଂ ସହାୟକ ଗୋÂିର ସଦସ୍ୟାମାନଙ୍କୁ ଜଳସାଥି ଭାବେ ମୁତୟନ କରାଯାଇଥିବା ସଂକ୍ରାନ୍ତରେ ସୂଚନା ଦେବା ସହିତ ଏହା ଏବେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ । ଏପରିକି କେନ୍ଦ୍ର ସରକାର ବର୍ତମାନ ଏହି ଜଳସାଥି ଯୋଜନାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାଲାଗି ବିଚାର କରୁଥିବା ସେ ଦର୍ଶାଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ପୌର ପ୍ରଶାସକ ଜଳସାଥି ଯୋଜନାରେ ସାମିଲ ହୋଇ ସମଗ୍ର ରାଜ୍ୟରେ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସକାଶେ ଉସôାହିତ କରିଥିଲେ । ପାଣି ପାଇପ୍ ମରାମତି (ପ୍ଲମ୍ବରିଂ) କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ଥିବାରୁ ସହରାଂଚଳରେ ଥିବା ବେକାର ଯୁବକ ଯୁବତୀ ଏପରିକି ସ୍ୱୟଂ ସହାୟିକା ଗୋÂିର ମହିଳାମାନଙ୍କୁ ତାଲିମ ପ୍ରଦାନ କରି ରୋଜଗାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଏହି ଅବସରରେ ସୁଡାର ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀ ପଣ୍ଡା ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ଆହାର ଯୋଜନା ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ଏହା କିପରି ଅଧିକ ସୁବ୍ୟବସ୍ଥିତ ହୋଇପାରିବ ସେଥିଲାଗି ପରାମର୍ଶ ଦେଇଥିଲେ ।