ଭଦ୍ରକ- ଭଦ୍ରକ ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) ପକ୍ଷରୁ ସହୀଦ ନଗର ବଜାରରେ ପୂର୍ବରୁ ହୋଇଥିବା ଦୋକାନ ଗୃହ ବଣ୍ଟନ ନହେବା ଏବଂ ପ୍ରସ୍ତାବିତ ନୂତନ ମାର୍କେଟ କମ୍ପେ୍ଲକ୍ସକୁ ବିରୋଧ କରାଯାଇଛି । ଏଥିନେଇ ସହୀଦନଗର ବଜାରରେ ଏକ ପ୍ଲାକାର୍ଡ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଖପରପଦା ସରପଞ୍ଚ ଗୟାଧର ନାୟକଙ୍କ ନେତୃତ୍ୱରେ କେତେକ ବ୍ୟକ୍ତି ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ସହୀଦ ସ୍ମୃତି ସ୍ତମ୍ଭ ନିକଟରୁ ବାହାରି ସ୍ଥାନୀୟ ହାଟ ଓ ବଜାର ଅଂଚଳ ପରିକ୍ରମା କରିଥିଲେ । ଦୀର୍ଘବର୍ଷ ଧରି ସହୀଦନଗର ହାଟରେ ସରକାରୀ ସ୍ତରରେ ୩୨ଟି ଦୋକାନ ଘର ଆରଏମ୍ସି ପକ୍ଷରୁ ନିର୍ମାଣ ହୋଇଥିଲେ ସୁଦ୍ଧା ତାହା କୌଣସି କାର୍ଯ୍ୟରେ ଲାଗୁନାହିଁ । ଏହାକୁ ବନ୍ଦ କରି ରଖାଯାଇଛି । ଏଣୁ କାହା ସ୍ୱାର୍ଥରେ ଏହାକୁ ବନ୍ଦ କରି ରଖାଯାଇଛି ବୋଲି ବିଭିନ୍ନ ମନ୍ତବ୍ୟ ସମ୍ବଳିତ ପ୍ଲାକାର୍ଡ ପ୍ରଦର୍ଶନ ଦ୍ୱାରା ଏହି ଅଭିନବ ବିକ୍ଷୋଭ ଅନୁÂିତ ହୋଇଥିଲା । ଏଥିରେ ଦେବାଶିଷ ନାୟକ, ଶ୍ରୀକାନ୍ତ କୁମାର ପଣ୍ଡା, ବଳରାମ ସାହୁ, ସନ୍ତୋଷ ସାହୁ, ସୁବାଷ ନାୟକ, ଉପେନ୍ଦ୍ର ସାହୁ, ଲକ୍ଷ୍ମୀଧର ମଙ୍କର, ପ୍ରଶାନ୍ତ ସାହୁ, ରମାକାନ୍ତ ସେଠୀ, ସୀତାରାମ ପତି ପ୍ରମୁଖ ସାମିଲ ହୋଇଥିଲେ ।
Related Stories
November 25, 2024