ଭୁବନେଶ୍ୱର, ରାଜ୍ୟ ଏବଂ ଦଳର ସ୍ବାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ହେବା ଯୋଗୁଁ ଦଳୀୟ ନେତା ମାନେ ଯାଇଛନ୍ତି । ରାଜ୍ୟ ନେତୃତ୍ବ ଦିଲ୍ଲୀରେ ଅଛନ୍ତି, ସେମାନେ ଫେରିଲେ ଯାହା କହିବେ । ସମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ବିଜେପିର ବରିଷ୍ଠ ନେତା କେଭି ସିଂହଦେଓ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ଅଛି । ଆମର ବି ନଜର ଅଛି । ଯେଉଁ ବାବଦରେ ସୂଚନା ନାହିଁ, ସେ ବିଷୟରେ କଣ କହିବୁ । ଯେପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ନଆସିଛି, ତା ଉପରେ କିଛି କହିବା ଉଚିତ୍ ହେବ ନାହିଁ । ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ହେଉ, ସଂସଦୀୟ ବୋର୍ଡ ନିଷ୍ପତି ନେବ । ବିଜେଡ଼ି ଆଞ୍ଚଳିକ ଦଳ, ତେଣୁ ତାଙ୍କର ଓଡ଼ିଶାର ନିଷ୍ପତି ହେବ ଏବଂ ବିଜେପିର ଦିଲ୍ଲୀର ନିଷ୍ପତି ହେବ । କୌଣସି ପ୍ରକାର ଦ୍ଵନ୍ଦ କାହା ମନ ଭିତରେ ରହିବା ଉଚିତ୍ ନୁହେଁ । ଦଳର ରାଜ୍ୟ ସଭାପତି ଦିଲ୍ଲୀ ଯିବା ପୂର୍ବରୁ ସ୍ପଷ୍ଟ ଭାବେ କହିଛନ୍ତି । ରାଜ୍ୟ ଏବଂ ଦଳର ସ୍ବାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ହେବା ଯୋଗୁଁ ଦଳୀୟ ନେତା ମାନେ ଯାଇଛନ୍ତି । ରାଜ୍ୟ ନେତୃତ୍ବ ଦିଲ୍ଲୀରେ ଅଛନ୍ତି, ସେମାନେ ଫେରିଲେ ଯାହା କହିବେ ।
ସେ କହିଛନ୍ତି, ଆମେ ଗୋଟିଏ ଶୃଙ୍ଖଳିତ ଦଳର କାର୍ଯ୍ୟକର୍ତ୍ତା ବା ସୈନ୍ୟ । ଦଳର ସୈନ୍ୟ ବା ଦେଶର ସୈନ୍ୟ, ଦେଶର ଯାହା ହିତ ନେଇ ଯାହା ନିଷ୍ପତି ଥାଏ ତାକୁ ଗ୍ରହଣ କରେ । ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନି । ବନ୍ଧୁକ ଏବେ ଖାଲି ହୋଇନାହିଁ ବୋଲି ସେ କହିଛନ୍ତି ।