ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ଆରସା ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ମଦ୍ୟପ ବ୍ଲକ୍ ସମବାୟ ସଂପ୍ରସାରଣ ଅଧିକାରୀ (ସିଇଓ)ଙ୍କ ଉନ୍ମୁକ୍ତ କାଣ୍ଡ ଲୋକଙ୍କ ମଧ୍ୟରେ ପ୍ରତିକି୍ରୟା ସୃଷ୍ଟି କରିଛି । ବିଗତ କିଛିଦିନ ହେଲା ଚାଷୀଙ୍କ ଧାନ ଲିଫ୍ଟିଂକୁ କେନ୍ଦ୍ର କରି ଏହି ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିନେଇ କେତେକ ଚାଷୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସୁଫଳ ମିଳୁନଥିଲା । ଚାଷୀ ତଥା ବୋର୍ଡ ଡାଇରେକ୍ଟର କୈଳାସ ରାଉତ ଅପରାହ୍ନ ପ୍ରାୟ ୪ଟା ସମୟରେ ଏ ସଂପର୍କରେ ସମିତି ସଂପାଦକଙ୍କୁ ପଚାରିବାକୁ ଯାଇଥିଲେ । ମାତ୍ର ସେ ଅନୁପସ୍ଥିତ ଥିବା ହେତୁ ସହ ସଂପାଦକଙ୍କ ସହିତ ଆଲୋଚନା କରୁଥିବାବେଳେ ସିଇଓ ସଂଜୟ ଦାସ ଘଟଣାସ୍ଥଳରେ ପହଞ୍ଚôଥିଲେ । କୈଳାସ ଧାନଦେବା ଲାଗି ଟୋକନ୍ କଣ ପାଇଁ ମିଳୁନାହିଁ ବୋଲି ସିଇଓଙ୍କୁ ପଚାରିଥିଲେ । ଏଥିରେ ସେ ଉତ୍କ୍ଷିପ୍ତ ହୋଇ ‘ତମେ ସରକାରଙ୍କୁ ପଚାର’ ବୋଲି ବେଧଡକ ଉତ୍ତର ଫେରାଇଥିଲେ । ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଉଚ୍ଚବାସ ହୋଇଥିଲା । ପରେ ସିଇଓ ଶ୍ରୀ ଦାସ ତାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ମାଡ ମାରି ତଳେ ପକାଇ ଦେଇଥିଲେ । ସେ ତଳେ ପଡିଯାଇ ଚିକôାର କରୁଥିବାବେଳେ ଅନ୍ୟ ଚାଷୀମାନେ ଆସି ତାଙ୍କୁ ଉଠାଇଥିଲେ । ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସିଇଓ କିଛି ସମୟ ଧରି ଉକ୍ତ କାର୍ଯ୍ୟାଳୟରେ ମଦ ପିଇ ଏଭଳି କାଣ୍ଡ କରିଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । କେତେକ ଲୋକ ତାଙ୍କର ଏଭଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ ବାନ୍ଧିରଖ ବୋଲି ଡାକ ଦେଇଥିଲେ । ପରେ ଖବର ପାଇ ସରପଂଚ ତଥା କୈଳାସ ରାଉତଙ୍କ ଭାଇ କୀର୍ତନ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ମୁକାବିଲା କରିବା ସହିତ ସିଇଓଙ୍କୁ ଏକ ଘରେ ବସାଇ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଂଚି ଶତାଧିକ ଉତ୍ୟକ୍ତ ଲୋକଙ୍କ ମଧ୍ୟରୁ ସିଇଓଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏ ନେଇ କୈଳାସ ରାଉତ ଥାନାରେ ଏକ ଏତଲା ଦେବା ସହ ଆଇନ୍ଗତ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଜଣେ ମର୍ଯ୍ୟାଦା ସଂପନ୍ନ ପଦବୀ ତଥା ଚାଷୀ ଓ ସମିତି ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ନିୟୋଜିତ ଏହି ସରକାରୀ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ନିନ୍ଦା କରିଛନ୍ତି ।
Related Stories
November 25, 2024