କୋଲକାତା, ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହଜହାଁକୁ 4ଦିନିଆ ସିବିଆଇ ହେପାଜତରେ ପଠାଯାଇଛି । ରବିବାର ଦିନ ଶାହଜହାଁକୁ ବସିରହାଟ ସବ-ଡିଭିଜନାଲ କୋର୍ଟରେ ହାଜର କରିଥିଲା ସିବିଆଇ । ସିବିଆଇ ପକ୍ଷରୁ ଆଜି କୋର୍ଟରେ କୁହାଯାଇଥିଲା ଯେ, ତାକୁ ଆହୁରି ଅଧିକ ପଚରାଉଚରାର ଆବଶ୍ୟକତା ରହିଛି, ଏଥିପାଇଁ ହେପାଜତରେ ପଠାଇବା ଉଚିତ ।
କୋର୍ଟରେ ହାଜର ସମୟରେ ତାର ଓକିଲ କହିଥିଲେ ଯେ, ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଶାହଜହାଁର କୌଣସି ନେଣଦେଶ ନାହିଁ । ତଦନ୍ତକାରୀ ସଂସ୍ଥା ପକ୍ଷରୁ କଲ୍ ରେକର୍ଡ କଥା ଉଠାଯିବା ପରେ ଶାହଜହାଁର ଓକିଲ କହିଥିଲେ ଯେ, ଇଡି ଅଧିକାରୀ ରେଡ୍ କରିବାକୁ ପହଂଚିଥିବା ସମୟରେ ସେ ଅନେକ ଲୋକଙ୍କୁ ଫୋନ୍ କରିଥିଲେ । ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଶାହଜହାଁ ବହୁତ ପ୍ରଭାବଶାଳୀ ଓ ତାକୁ ବେଲ୍ ମିଳିଲେ ସେ ସମସ୍ତ ପ୍ରମାଣ ନଷ୍ଟ କରିଦେବ । ଏହାପରେ କୋର୍ଟ ତାକୁ 4ଦିନ ସିବିଆଇ ହେପାଜତରେ ପଠାଇଥିଲେ ।