ବଲାଗିଂର , ବର୍ତ୍ତମାନ ସମୟରେ ଏକ ଯୌଗିକ ଧାରାର ବୈଷ୍ଣବ ଧର୍ମ ଅନ୍ତର୍ଗତ ସଂକିର୍ତ୍ତନ୍ୟକୁ ଅତ୍ୟାଧୂନୀକ ମନୋରଞ ନ ଧର୍ମୀକରି ଏକ ବିଭତ୍ସ ଉତ୍କଟ କାମୁକ ଭାବ ପ୍ରଦର୍ଶନ କରି ସନାତନ ଧର୍ମର ଅପମାନିତ କରାଯାଉଛି ।ଏପରି ସମୟରେ ମୂଳ କିର୍ତ୍ତନ୍ୟର ବିଧି ବ୍ୟବସ୍ଥାକୁ ପୁନଃ ଉଦ୍ଧାର କରିବା ପାଇଁ ବଲାଗିଂର ର ରାଧାରାଣୀ ସାଂସ୍କର୍ତିକ ସଂସଦ ଦ୍ୱାରା ଗତ ତା୭ଓ୮ରିଖ ଦୁଇ ଦିନ ଧରି ଏକ ଆଲୋଚନା ଚକ୍ରଓକର୍ମ ଶାଳା ଅନୁଷ୍ଠିତ ହୋଇ ଥିଲା। ଏହି କର୍ମଶାଳା ରେ ପରୁଆଭାଡି ,ବଡତେଲେନପାଲି, ଡୁମେର ପିଟା ,ବଲାଗିଂର ,ରଜାମୁଣ୍ଡା ଓ ଫଟକରା ର ବାୟକ ଗାୟକ ଓ ମୁଖ୍ୟ ପାଳିଆବୃନ୍ଦ ୩୫ ଜଣ ଯୋଗ ଦେଇଥିଲେ ।
ଗବେଷକ ଡ:ଗୁରୁଶ୍ରୀଘାସିରାମ ମିଶ୍ର , ଗୁରୁଶ୍ରୀପରମାନନ୍ଦ ମାଝି ,ଜିଲ୍ଲା କଳାକାର ସଂଘ ଉପସଭାପତି ଗୁରୁଶ୍ରୀସୁଦାମ ବିଶି ଓ ଗୁରୁ ରମେଶ ବଗର୍ତ୍ତି ପ୍ରମୁଖ କିର୍ତ୍ତନ୍ୟ ହେଉଚି ମାନବର ଅର୍ନ୍ତ ସାଧନାର ଏକ ପ୍ରମୁଖ ଅଂଗ ହୋଇଥିବାରୁ ତାହା କିପରି ମାନବ ଧର୍ମରେ ଜଡିତ ତାର ଶାସ୍ତ୍ରୀୟ ଉଦାହରଣ ଦେଇ ପ୍ରତ୍ୟକ୍ଷ କ୍ରିୟାତ୍ମକ ପ୍ରଣାଳିଦ୍ୱାରା ମାର୍ଗ ଦର୍ଶନ କରିଥିଲେ ।
ତା୮ ସଂଧ୍ୟାରେ ତାଲିମପ୍ରାପ୍ତ କଳାକାର ଭକ୍ତ ମାନକଂଦ୍ୱାରା ସଂକିର୍ତ୍ତନ୍ୟ ପରିବେଷଣ ହୋଇଥିଲା ।ବହୁ ଭକ୍ତପ୍ରାଣ ଭାବ ବିହ୍ୱଳ ହୋଇ କିର୍ତ୍ତନ୍ୟ ଉପଭୋଗ କରିଥିଲେ ।ଶେଷରେ ରାଧାରାଣୀ ସାଂସ୍କୃତିକ ସଂସଦର ସଭାପତି ଡାକ୍ତର:ଝା କଂ ଶଭାପତିତ୍ୱ ରେ ସଭାହୋଇ ଥିଲା I ଜିଲ୍ଲା କଳାକାର ସଂଘ ଉପ ସଭାପତି ଗୁରୁଶ୍ରୀ ସୁଦାମ ବିଶି ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଗୁରୁଶ୍ରୀ ପରମାନନ୍ଦ ମାଝି ଓ ଗୁରୁ ରମେଶ ବଗର୍ତ୍ତି ଯୋଗଦେଇ ପ୍ରମାଣ ପତ୍ର ବିତରଣ କରିଥିଲେ। ଶେଷରେ ସଂପାଦିକା ଶ୍ରୀମତୀ ବିଦ୍ୟାବାଗେଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।