
ଧର୍ମଶାଳା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି । ଏହି ଉନ୍ନତି ମୂଳକ କାର୍ଯ୍ୟକୁ ଗାଁ ଗଣ୍ଡାରେ ପଂହଚାଇବା ଓ ଗ୍ରାମାଚଂଚଳର ବିକାଶରେ ବେଶ ସହାୟକ ହେଉଛି । ଏହି କ୍ରମରେ ଆଜି ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତରେ୧୩ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ପଂଚାୟତରେ ମାରାଥନ ଶୁଭ ଉଦଘାଟନ କରିଥିଲେ । ଶତାଧିକ ବିଜୁ ଜନତା ଦଳର କର୍ମୀମାନେ ବ୍ରହ୍ମବରଦା ବ୍ରାହ୍ମଣୀ ସେତୁଠାରେ ସ୍ୱାଗତ କରିଥିଲେ । ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବ୍ରହ୍ମବରଦା ଅଂଚଳ ପରିକ୍ରମା କରିଥିଲେ । ପ୍ରଥମେ ଛେନାଖିଆ ପାଟଣାସ୍ଥିତ ଗୋପିନାଥ ଜୀଉ ଭୋଗ ମଣ୍ଡପ,ରୁହାନୀ ମଦ୍ରାସା କମ୍ୟୁନିଟ୍ ସେଂଟର,ଉତ୍କଳ ଗୌରବ ସେବା ସଂସଦ କମ୍ୟୁନିଟ୍ ସେଂଟର, ମଣି କମ୍ୟୁନିଟି ସେଂଟର,ବ୍ରହ୍ମବରଦା ଦୁର୍ଗା ମଣ୍ଡପ,ସ୍ମଶାନ ଗୃହ,ମଙ୍ଗଳା ମାର୍କେଟସ୍ଥିତ ମହିମା ଆଶ୍ରମ,ଥାନା ନିକଟସ୍ଥ ଶାନ୍ତି ମଣ୍ଡପ,ଚାରିଗାରପୁରସ୍ଥ୍ିତ ଶୌଚାଳୟ,କଲ୍ୟାଣ ମଣ୍ଡପ,ବ୍ରହ୍ମବରଦା ସତ୍ ସଙ୍ଗବିହାର ନୂତନ ଗୃହ,ମିଶନ ଶକ୍ତି କାର୍ଯ୍ୟାଳୟ ଗୃହ ଆଦି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ଏହି ସବୁ କାର୍ଯ୍ୟ ସଫଳ ହୋଇଛି ବୋଲି ବିଧାୟିକା କହିଥିଲେ । ପାଖାପାଖି କୋଟିଏ ଟଙ୍କାରୁ ଉର୍ଦ୍ଧ ପ୍ରକଳ୍ପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ,ସମିତିସଭ୍ୟା ରୁକସାନା ପରୱିନ,ପଂଚାୟତ ସଭାପତି ରାକେଶ ଦେଓ,ପ୍ରଦିପ ଦାସ,ନ୍ୟାୟବ ସରପଂଚ ସେକ୍ ଇସାକ,ସଂଖ୍ୟାଲଘୁ ସେଲ ସଭାପତି ଜୁଲଫିକାର ଅଲ୍ଲୀ,ଅରୁଣ ବେହେରା,ସନାତନ ମଣ୍ଡଳ,ମହିଳା ସଭାନେତ୍ରୀ ଅହଲ୍ୟା ମଣ୍ଡଳଙ୍କ ସମେତ ବହୁ ନେତୃମଣ୍ଡଳୀ ,ମହିଳା ନେତ୍ର୍ରୀ ଓ ଯୁବ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ରାଉତ,ଯୁବ ସଭାପତି ଦୀନବନ୍ଧୁ ରାଉତ,ଚିତ ରଂଜନ ଦାସ,ଚିରଞ୍ଜିବ ଦାସ,ଅଶ୍ୱୀନି ରାଉତ,ସିଦ୍ଧାର୍ଥ ଦାସ,ଜୟଦେବ ପାତ୍ର,ପିଂଟୁ ସାହୁ ନିତ୍ୟାନନ୍ଦ ରାଉତ,ମିହିର ଶେଖର ଦାସ ଓ ସୁମନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।