
ଖୋର୍ଦ୍ଧା,ପୂର୍ବ ଶତ୍ରୁତାରୁ ଜଣେ ଯୁବକକୁ ହତ୍ୟା କରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଛନ୍ତି ହତ୍ୟାକାରୀ। ମୃତକ ହେଲେ ଶିବ ନାୟକ। ସେ ଜଣେ କବାଡିଆ ବେପାରୀ ।ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ମାଣିବନ୍ଧ ନୂଆପଲ୍ଲୀ ଗ୍ରାମରେ । ଖବରପାଇ ଏସପି ବି. ଯୁଗଳ କିଶୋର, ସଦର ଏସଡିପିଓ ଦିଲିପ ଦାସ ଙ୍କ ସମେତ ବୋଲଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଅଟକ ରଖିପଚରାଉଚରା କରୁଥିବା ଜଣାପଡିଛି ।ଶବକୁ ଜବତ କରି ପୋଲିସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ଯବଚ୍ଛେଦ ପାଇଁ ପଠାଇଛି। ହତ୍ଯାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।