ଭୁବନେଶ୍ୱର – ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସଂପର୍କରେ ପଚଂୟତିରାଜ ଓ ପାନୀୟଜଳ , ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି ।
ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଏହି ନିର୍ବାଚନ ମଣ୍ଡଳୀରେ ବର୍ତମାନ ସୁଦ୍ଧା ୨୨୦ ଟି ଉଠା ଜଳସେଚନ ପଏଂଟ ରହିଛି । ସେଥି ମଧ୍ୟରୁ ମାହାଙ୍ଗା ବ୍ଲକରେ ୨୦୨ ଏବଂ ନିଶ୍ଟନ୍ତକୋଇଲି ବ୍ଲକ୍ ରେ ୧୮ ଟି ପଏଂଟ ରହିଛି । ଏଥିରୁ ମାହାଙ୍ଗା ବ୍ଲକ୍ ରେ ୫୫ ଏବଂ ନିଶ୍ଚନ୍ତକୋଇଲି ବ୍ଲକରେ ଗୋଟିଏ ପଏଂଟ ମୋଟ ୫୬ଟି ଅଚଳ ରହିଛି । ସେଥିରୁ ୬ ଗୋଟି ପଏଂଟ ସ୍ଥାୟୀ ଭାବେ ଅଚଳ । ତେବେ ଅନ୍ୟ ପଏଂଟ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ସେହିପରି ସର୍ଭେକରାଯାଇ ଥିବା ଅଚଂଳରେ ନୂତନ ଉଠା ଜଳସେଚନ ପଏଂଟ ପାଇଁ ପ୍ରସ୍ତାବ ଦେଇ କାର୍ଯ୍ୟକାରୀ କରାଇବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାରମର୍ଶ ଦେଇଛନ୍ତି । ସଂପୃକ୍ତ ଅଚଂଳରେ ଜେଇ ମାନେ ତାଙ୍କ କାର୍ଯ୍ୟାଳୟରେ କେଉଁ କେଉଁ ଦିନ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିବେ ବା ବୁଝୁଛନ୍ତି ସେ ସଂପର୍କରେ ସର୍ବସାଧାରଣଙ୍କ ଗୋଚରାର୍ଥେ ବୋର୍ଡ ଲଗାଇବାକୁ କୁହାଯାଇଛି । ଉଠା ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ରହିବା ଏବଂ ଚାଷୀମାନେ ଉପକୃତ ହେବା ଉପରେ ଗୁରୁତ୍ୱ ଆରୋପକରି ବିଦ୍ୟୁତ ବିଭାଗ ଓ ଉଠା ଜଳସେଚନ ବିଭାଗ ଅଧିକାରୀମାନେ ସମନ୍ୱୟ ରଖି କାର୍ଯ୍ୟକରିବା ଆବଶ୍ୟକ । ଆଜିର ବୈଠକରେ ହୋଇଥିବା ଆଲୋଚନା ଉପରେ ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ଆସନ୍ତା ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ଉକ୍ତ ବୈଠକରେ ନିଶ୍ଚନ୍ତକୋଇଲି ବ୍ଲକ୍ ଚେୟାରମ୍ୟାନ ଅଶୋକ କୁମାର ଓଝା , ପୂର୍ବତନ ଚେୟାରମ୍ୟାନ ଗିରିଶ୍ ମହାପାତ୍ର , ମାହାଙ୍ଗା ବ୍ଲକ୍ ପୂର୍ବତନ ଚେୟାରମ୍ୟାନ ଭିକାରୀ ଚରଣ ସ୍ୱାଇଁ , ବାପି ବିଶ୍ୱାଳ ,ଜଳସେଚନ ନିଗମ ଏସ୍.ଇ , ନିର୍ବାହୀ ଯନ୍ତ୍ରୀ , ଜେ.ଇ , ବିଦ୍ୟୁତ୍ ବିଭାଗ ଏସ୍.ଇ , ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 25, 2024