ମାଲକାନଗିରି-ରାଜ୍ୟ ଆଇନ ସେବା ପ୍ରାଧି କରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧି କରଣ, ତାଲୁକ ଆଇନ ସେବା ପ୍ରାଧି କରଣ ମୋଟୁ ଏବଂଜେ ଏମ ଏଫ ସି ,ମାଥି ଲି ଓ ଜେଏମଏଫ ସି କୁଡୁମୁଲୁଗୁମ୍ମା ଗୁମ୍ମା, ଗ୍ରାମ୍ୟକୋର୍ଟ , କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥି ଲି. ମୋଟୁ, କୁଡୁମୁଲୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟ ରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧି କରଣ ର ଅଧକ୍ଷ୍ୟ ବିକ୍ରମ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସତ୍ୟ ପ୍ରିୟ ଦାସ, ବରିଷ୍ଠ ଦେବନି ବିଚାରପତି ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧି କରଣ ସଚିବ ତଥା ବରିଷ୍ଠ ଦେବନି ବିଚାରପତି ଶ୍ରୀ ରାଜେଶ କୁମାର ମୁଦୁଲି, ବରିଷ୍ଠ ଦେବନି ବିଚାରପତି ମହିଳା କୋର୍ଟ) ଶ୍ରୀମତୀ ବଳିତା ଦାସ, ରେଜିସ୍ଟାର ସିଭିଲ କୋର୍ଟ ଅରୂପ ନାୟକ, ଉପଖଣ୍ଡ ଦଣ୍ଡାଧିକାରୀ ରୁଦ୍ର ପ୍ରକାଶ ନାୟକ ଏବଂ କୋ ରୁକୋଣ୍ଡା, ମାଲକାନଗିରି ବେତେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ମାଥି ଲି ପଦ୍ମଲାଭ ମାଝି, ପ୍ରଥମ ଶ୍ରେଣୀ ,ଦଣ୍ଡାଧିକାରୀମୋଟୁ ପ୍ରବୀଣ କୁମାର ହୋତା ଓ ପ୍ରଥମ ଶ୍ରେଣୀ ,ଦଣ୍ଡାଧିକାରୀ କୁଡୁମୁଲୁ ଗୁମ୍ମା ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୪୯୪୨ ଗୋଟି ମକଦ୍ଦମା ର ଫଇସଲା କରାଯାଇ ୧୭,୫୬,୬୩୫/- ଟଙ୍କା ଧାର୍ଯ୍ୟ ଜରିମାନା କରା ଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ସିଜେଏମ କୋର୍ଟ,ସବ୍ ଜଜ କୋର୍ଟ, ସବ୍ ଜଜ କୋର୍ଟ (ମହିଳା ) ଏସଡ଼ିଜେଏମ କୋର୍ଟ ,ମୋଟୁ ଜେଏମଏଫସି କୋର୍ଟ, ମାଥୁଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧକରଣ, ମାଲକାନଗିରି ଓ ତା ଲୁକ ଆଇନ ସେବା ସମିତି ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲ ତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ ।