ମାଲକାନଗିରି, କୁଡୁମୁଲୁ ଗୁମ୍ମା ସ୍ଥିତ ବୃହଦାକାର ବହୁମୁଖୀ ସମବାୟ ସମିତି ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ମୋ ସେବା କେନ୍ଦ୍ର ର ଆଜି ଉଦଘାଟନ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବ ରେ ଜୟପୁର କେ. ସି. ସି ବ୍ୟାଙ୍କ ର ସଭାପତି ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ, ସଂମାନିତ ଅତିଥି ମାନଙ୍କ ମଧ୍ୟରେ ଜୟପୁର ଅଂଚଳର ସୁନାମଧନ୍ୟ ସମାଜସେବୀ ଧର୍ମେନ୍ଦ୍ର ଅଧିକାରୀ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କୀର୍ଷାନୀ, ସମାଜସେବୀ ରାଜେନ୍ଦ୍ର ପଣ୍ଡା,କେ. ସି. ସି ଡାଇରେକ୍ଟର ଉଦୟନାଥ ମାଦ୍ରୀ,ସମାଜସେବୀ ସତ୍ୟ ପାଣିଗ୍ରାହୀ,କୁଡୁମୁଲୁ ଗୁ ମ୍ମା ଲ୍ୟାମ୍ପ୍ସ ସଭାପତି ଗୋପୀ ପାଙ୍ଗୀ,ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ବାଲିମେଳା କେ ସି ସି ଶାଖା ପରିଚାଳକ ସୁଧାଂଶୁ କୁମାର ଖରା , ସମିତିସଭ୍ୟା ମୁନୀ ସଗରିଆ ପ୍ରମୁଖ ଉପସ୍ଥିତ ଥିବାବେଳେ କୁଡୁମୁଲୁ ଗୁମ୍ମା ଲ୍ୟାମ୍ପ୍ସ ର ପରିଚାଳକ ରମେଶ ଚନ୍ଦ୍ର ରାଉତ ବୈଠକ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ତୈଳଚ୍ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଛନା କରିଥିଲେ ଓ ଏହାପରେ ନବନିର୍ମିତ ମୋ ସେବା କେନ୍ଦ୍ର କୁ ଶୁଭ ଉଦଘାଟନ କରିଥିଲେ। ବୈଠକ ଆରମ୍ଭରେ ଆମ ଓଡିଶା ରାଜ୍ୟର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଓ ଏହାପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ନୂତନ ଜନ ସେବା କେନ୍ଦ୍ର ହେବା ଦ୍ୱାରା ଏହି ଅଂଚଳର ହଜାର ହଜାର ଜନ ସାଧାରଣ ଉକ୍ତ ପରିସର ମଧ୍ୟରେ,ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ସେବା ଯଥା :- ବାସିନ୍ଦା ପ୍ରମାଣପତ୍ର, ପ୍ୟାନ କାର୍ଡ, ଜନ୍ମ ମୃତ୍ୟୁ ପଞ୍ଜିକରଣ, ଆଧାର କାର୍ଡ, ପାସପୋର୍ଟ ଫୋଟ, ଜେରକ୍ସ କପି, ଜାତି ପ୍ରମାଣପତ୍ର, ଇଲେକ୍ଟ୍ରି ବିଲ, ବସ ଓ ରେଳ ଟିକଟ, ଗାଡି ଚାଳକ ଲାଇସେନ୍ସ ଭଳି ସେବା ଗୁଡିକ ପାଇଁ ଅନଲାଇନ ଆବେଦନ କରିବା ର ସୁବିଧା ପାଇପାରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ, ଚାଷ,ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠି ମହିଳାଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି ଓ ଏହାର ଲାଭ ନେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସେ କୁଡୁମୁଲୁ ଗୁମ୍ମା ଲ୍ୟାମ ପରିସରର ସ୍ୱଛତା ଓ ବୈଠକର ଉତ୍ତମ ପରିଚାଳନା ନିମନ୍ତେ, ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ରାଉତଙ୍କ ସମେତ ସମସ୍ତ ଲ୍ୟାମ୍ପ୍ସ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ଲ୍ୟାମ୍ପ ସ୍ଥାନ ର ସଂକୀର୍ଣ୍ଣତା କୁ ଉପଲବ୍ଧି କରି, ସେ ଆଗାମୀ ଦିନରେ ଏକ ନୂତନ କାର୍ଯ୍ୟାଳୟ ଗୃହ ସ୍ଥାପନ ନିମନ୍ତେ ୩ 0 ଲକ୍ଷ ର ଉନ୍ନୟନ ପାଣ୍ଠି ଯୋଗାଇଦେବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ଆଜିର ବୈଠକ ରେ ସମବାୟ ସମିତି ର ୧ ୫ ଜଣ ନିର୍ଦ୍ଧେଶକ, ୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ର ୬ 0 ଜଣ ମହିଳା ଓ କୃଷକ ସମାଜ ର ପାଖାପାଖି 40 ରୁ ଉର୍ଦ୍ଧ କୃଷକ ଯୋଗ ଦେଇଥିବା ଜଣାପଡିଛି । ପରିଶେଷରେ ବୈଠକ ର ସଂଚାଳକ ଭଗବାନ ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Related Stories
November 21, 2024
November 21, 2024