
ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଡେଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗତକାଲି ଶିବରାତ୍ରୀ ଅବସରରେ ମନ୍ଦିର ପରିସର ମଧ୍ୟରେ ଜଳଛତ୍ର ଦେବା ସହ ଆସିଥିବା ଭକ୍ତଙ୍କ ପାଇଁ ଆଶୁ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।କଣ୍ଡେଲ ଗ୍ରାମର ଅତି ପ୍ରାଚୀନ ଶୈବପୀଠ ପ୍ରାଙ୍ଗଣରେ ପ୍ରତି ବର୍ଷ ଶିବରାତ୍ରିରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ।କଣ୍ଡେଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ରଣାଙ୍କ ତତ୍ତ୍ଵାବଧାନରେ ଭକ୍ତମାନଙ୍କ ସୁବିଧା ନିମନ୍ତେ ପ୍ରାଥମିକ ଚିକିତ୍ସା ସହ ପାନୀୟଜଳ, ଦହିପଣା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ଏଭଳି ମହାନ କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ରଣାଙ୍କ ଏହିପରି ଏକ ଭିନ୍ନ ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ଭକ୍ତମାନେ ଉପକୃତ ହୋଇଥିଲେ।