ଭୁବନେଶ୍ୱର, ରାଜ୍ୟରେ ମେଂଟ ନେଇ ଯିଏ ଚର୍ଚା କରୁଛନ୍ତି ସେମାନଙ୍କୁ ପଚାରନ୍ତୁ । ମୋ ଜାଣିବାରେ ମେଂଟ ନେଇ କୌଣସି ଆଲୋଚନା ହୋଇନାହିଁ । ଏହା କହିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମର ।
ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ସବୁ ସିଟରେ କେମିତି ଲଢେଇ ହେବ ସେ ନେଇ ଆଲୋଚନା ହୋଇଛି । ମୋ ଜାଣିବାରେ ମେଂଟ ନେଇ କୌଣସି ଆଲୋଚନା ହୋଇନାହିଁ । ୮୦ରୁ ଅଧିକ ବିଧାୟକ ଏବଂ ୧୬ରୁ ଅଧିକ ସାଂସଦ ଜିତିବା ଲାଗି ବିଜେପି ଟାର୍ଗେଟ ରଖିଛି । ଯିଏ ମେଂଟ ନେଇ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ପଚାରନ୍ତୁ ।
ସେ କହିଛନ୍ତି ଯେ ନିର୍ବାଚନ ପାଇଁ ନିରନ୍ତର ପ୍ରସ୍ତୁତି ଚାଲିଛି । ସବୁ ସିଟରେ ଲଢ଼ିବା ପ୍ରସ୍ତୁତ ହେଉଛି ଦଳ । ପୁରୀ ଓ ଭୁବନେଶ୍ୱର ପାଇଁ ଆମର ପ୍ରାର୍ଥୀ ଅଛନ୍ତି । ପୁରୀ ପାଇଁ ସମ୍ବିତ ପତ୍ର ପ୍ରାର୍ଥୀ ଅଛନ୍ତି ଏବଂ ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ସାଂସଦ ଅଛନ୍ତି । ତେଣୁ କେବଳ ଏହି ଦୁଇ ସିଟ ନୁହେଁ, ସବୁ ସିଟରେ ଦଳ ଲଢିବ ।