ଭୁବନେଶ୍ୱର, ମେଂଟ ହେଉ କି ନ ହେଉ ବିଜେଡି ୧୧୦ ଆସନରେ ବିଜୟୀ ହେବ । ବିଜେଡିର ବରିଷ୍ଠ ବିଧାୟକ ଡା ନୃସିଂହ ସାହୁ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡ଼ି ମେଂଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି । ଲାଭ ହେବା ପାଇଁ ମେଂଟ କରାଯାଉଛି । କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି ।
ସେ କହିଛନ୍ତି, ମେଂଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଂଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ଦଳ ତାହା ମାନିବ । ମେଂଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କରିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ୱସ୍ତ ସେମାନେ ଦଳରେ ରହିବେ ।