ପୁରୀ,ଦୁଃସାହାସିକ ନୌଚାଳନା ପାଇଁ ଓଡିଶାରେ ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓ କ୍ରୀଡା ବିଭାଗ ସମସ୍ତ ସହଯୋଗ ମଧ୍ୟ ଦେଉଛନ୍ତି। ତେଣୁ ନୌଚାଳନାରେ ରୁଚି ରଖୁଥିବା କ୍ରୀଡାବିତ ମାନେ ଏହାର ସୁବିଧା ନେବା ଉଚିତ ବୋଲି ମତ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କୈଳାସ ଚନ୍ଦ୍ର ନାୟକ। ପୁରୀ ଷ୍ଟ୍ରଲିନ ଓ ବ୍ଲୁ ଫ୍ଲାଗ ବିଚ ଠାରେ ରାଜ୍ୟ କ୍ରୀଡା ବିଭାଗ ଓ ଓଡିଶା ନୌ ଚାଳକ ସଂଘର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ରାଷ୍ଟ୍ରୀୟ ନୌଚାଳକ ପ୍ରମାଣନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମାନଙ୍କୁ ଏହି ଦୁଃସାହସିକ କ୍ରୀଡାରେ ଯୋଗଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆମେ କେବଳ ଏହାକୁ ଟିଭି ପରଦାରେ ଦେଖୁଥିଲୁ। ଏବେ ଆମ ପିଲା ମାନେ ଏଥିରେ ସାମିଲ ହେବା ଓ ନୌଚାଳନ କ୍ରୀଡାକୁ ଆଗକୁ ନେବା ଏକ ଗୌରବର ବିଷୟ ବୋଲି ଶ୍ରୀ ନାୟକ କହିବା ସହ ପୁରୀରେ ଏହାର ଆୟୋଜନ କରାଯାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଂଘର ସମ୍ପାଦକ ଡଃ. ସବୀର ବକ୍ସ ଏହି କ୍ରୀଡା ଲୋକପ୍ରିୟ ହେଉଥିବା ଏକ ଖୁସିର କଥା। ପୁରୀରେ ନୌକ୍ରୀଡା ଏକାଡେମୀ ପ୍ରତିଷ୍ଠା ପାଇଁ ସଂଘର ଉଦ୍ୟମ ରହିଛି ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ନୌକ୍ରୀଡା ପ୍ରଶିକ୍ଷକ ପୂର୍ବତନ ନାଭାଲ କମାଣ୍ଡର ଏମ ଏଲ ଶର୍ମା, ପୂର୍ବତନ ଆର୍ମି ଅଧିକାରୀ ଆୟେଜ ସେକ୍ ପ୍ରମୁଖ ଯୋଗ ଦେଇଥିଲେ। ଦୁଇ ପର୍ଯ୍ୟାୟ ଏହି ପ୍ରଶିକ୍ଷଣରେ ୫ ଓ ୬ ତାରିଖରେ କଟକ ସିଲଭର ସିଟି ବୋଟ କ୍ଲବ ଏବଂ ୭ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ପୁରୀ ବ୍ଲୁ ଫ୍ଲାଗ ବିଚ ଓ ଷ୍ଟ୍ରଲିଙ୍ଗ ଠାରେ ପ୍ରଶିକ୍ଷଣ ଦିଆଯାଇ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା।କଟକର ଡି ଶେଖର ରାଓ, ରାଜା ଅହମ୍ମଦ ଖାଁ, ନସୀମ ଖାଁ, ଭାଗ୍ୟଶ୍ରୀ କର, ଦେବସ୍ମିତା କର, ରାହୁଲ କାହାଳୀ, ସୌମ୍ୟ ଜିତ ରାଏ, ଶୀତଳ ରାୟ, ରାଉରକେଲାର ନାରାୟଣ ମୁଣ୍ଡ, ଭବାନୀପାଟଣାର ନରେଶ ଓ ରାନୀ ଏବଂ ମାଲକାନଗିରିର ସୁଇଟି ନାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ।