ପୁରୀ– ଆଜି ଭୋର ସମୟରେ ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ପଥର ଖସିଛି । ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ସୃଷ୍ଟି ହୋଇଛି । ଏହି ପଥରକୁ ଶ୍ରୀମନ୍ଦିର କମାଣ୍ଡର ସଂଗ୍ରହ କରିବା ସହ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରୁ ଖସିଥିବା ଏହି ପଥରର ସାଇଜ୍ ଲମ୍ବ ୧୦ ଇଂଚ ହୋଇଥିବା ବେଳେ ଓସାର ୫ ଇଂଚ ରହିଛି ।
Related Stories
November 24, 2024
November 24, 2024