ପୁରୀ- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳର ଜଣେ ମହିଳାଙ୍କୁ ପୋଲିସ କ୍ୱାଟର୍ସରେ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଅଭିଯୁକ୍ତ ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତା ମହିଳା ଜଣକ ଗତକାଲି ପିପିଲି ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ୨୪ ଘଂଟା ନପୁରୁଣୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
ପ୍ରକାଶ ଥାଉ କି, ମହିଳାଙ୍କ ଶ୍ୱଶୁର ତାଙ୍କ ସ୍ୱାମୀଙ୍କ ଅଟୋ ପୋଡ଼ି ଦେଇଥିଲେ । ଶ୍ୱଶୁରଙ୍କ ନାମରେ ମହିଳା ଜଣକ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ସପକ୍ଷରେ ନ୍ୟାୟ ପ୍ରଦାନର ଲୋଭ ଦେଖାଇ ସମ୍ପୃକ୍ତ ପୋଲିସ ଏଏସଆଇ ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣକ ଏତଲାରେ ଦର୍ଶାଇଥିଲେ ।
Related Stories
November 25, 2024