ବାରଣାସୀ, ମହାଶିବରାତ୍ରୀ ଅବସରରେ କାଶୀ ବିଶ୍ୱନାଥ ଦରବାରରେ ଶିବଭକ୍ତଙ୍କ ଦର୍ଶନ ପୂଜନ ରେକର୍ଡ ଭାଙ୍ଗିଛି । ମହାପର୍ବ ଭୋରରେ ମଙ୍ଗଳ ଆଳତୀରୁ ବିଳମ୍ବିତ ରାତି ଯାଏ 10ଲକ୍ଷ 7190ଜଣ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି ।
ମହାପର୍ବ ଅବସରରେ ବାବାଙ୍କ ମଙ୍ଗଳ ଆରତୀ ରାତି 2.30ରୁ ଭୋର 3.15ଯାଏ ଚାଲିଥିଲା । 3.30ରୁ ମନ୍ଦିରର ଦ୍ୱାର ସାଧାରଣ ଶିବଭକ୍ତଙ୍କ ପାଇଁ ଖୋଲିଥିଲା । ଏହାପରେ ମଧ୍ୟାହ୍ନ 12ଟାରୁ 12.30 ଯାଏ ଭୋଗ ଆରତୀ ହୋଇଥିଲା । ଏହାପରେ ରାତି 9.30ରେ ଶଙ୍ଖ ବାଜିବା ସହ ପ୍ରଥମ ପ୍ରହରର ଆଳତୀ ରାତି 10ଟାରୁ 12.30 ଯାଏ ହୋଇଥିଲା । ଏହି ସମୟରେ ବାବାଙ୍କ ଦର୍ଶନ ଅନବରତ ଭାବେ ଜାରି ରହିଥିଲା । ଏହାପରେ ବାବାଙ୍କ ଗର୍ଭଗୃହରେ ରାତି 1.30ରୁ ରାତି 2.30 ଯାଏ ଦ୍ୱିତୀୟ ପ୍ରହର ଆଳତୀ, ଶନିବାର ଭୋର 3.30ରୁ 4.30ଯାଏ ତୃତୀୟ ପ୍ରହର ଆଳତୀ, ଚତୁର୍ଥ ପ୍ରହରର ଆଳତୀ ଶନିବାର ସକାଳ 5.00ଟାରୁ 6.15ଯାଏ ହୋଇଥିଲା । ଏହି ସମୟରେ ମଧ୍ୟ ବାବାଙ୍କ ଦର୍ଶନ ଜାରି ରହିଥିଲା ।