-
ବିଭିନ୍ନ ଅନୁଷ୍ଠାନ ତରଫରୁ ଭକ୍ତଙ୍କୁ ସେବା ପ୍ରଦାନ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀର ପ୍ରସିଦ୍ଧ ଶୈବ ପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜାଗର ଯାତ୍ରା ବେଶ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା ବେଳେ ସେଣ୍ଟଜୋନ ଆମ୍ବୁଲାନ୍ସ ବ୍ରିଗେଡ ମାନଙ୍କ ତରଫରୁ ପ୍ରାଥମିକ ଚିକିତ୍ସା ସେବା ସହ ଜଳବଣ୍ଟନ କାର୍ଯ୍ୟ କରାଯାଇଥିଲା। ପ୍ରଚଣ୍ଡ ଖରା ଯୋଗୁଁ ଭକ୍ତମାନେ ଝାଉଁଳି ପଡିଥିବା ବେଳେ ସେଣ୍ଟଜୋନ ଆମ୍ବୁଲାନ୍ସ ଭାରତ ସେବାଶ୍ରମ ସଂଘ ସହଯୋଗରେ ସ୍ବେଚ୍ଛାସେବୀ ମାନେ ଲେମ୍ବୁ ସରବତ, ନାଣ୍ଡିବଗୁଲି ସର୍ବତ ବଣ୍ଟନ କରିଥିଲେ। ବଣ୍ଟନ ସମୟରେ ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉତ୍ସାହିତ କରିଥିବା ବେଳେ ଭାରତ ସେବାଶ୍ରମ ଓ ସୂଚନା ଲୋକସମ୍ପର୍କ କର୍ମଚାରୀ ମାନେ ମଧ୍ୟ ସହଯୋଗର ହାତ ବଢାଇଥିଲେ। ଏହି ଵଣ୍ଟନରେ ସେଣ୍ଟଜୋନ ଆମ୍ବୁଲାନ୍ସ ର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର, ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡିଭିଜନର କମାଣ୍ଡର ଲାଲା ଅନନ୍ତ ସିଂ, ଡେପୁଟୀ କମାଣ୍ଡର ନିରଞ୍ଜନ ମହାପାତ୍ର, ଗାୟତ୍ରୀ ଦାସ, ଜୟନ୍ତୀ ମହାପାତ୍ର, ମଧୁସ୍ମିତା ମହାପାତ୍ର, ରଶ୍ମିତା ଦାସ ମହାପାତ୍ର, ରୀନାମଣି ନାୟକ, ତନୁଜା ମହାନ୍ତି , ରମେଶ କୁମାର ନାୟକ, ଅଜୟ କୁମାର ପ୍ରଧାନ, ମୋନାଲିସା ସେନାପତି ଏହି ଜଳଵଣ୍ଟନ କାର୍ଯ୍ୟରେ ସହଯୋଗ ଯୋଗାଇଥିଲେ | ଏଥି ସହିତ ଭାରତ ସେବାଶ୍ରମ ସଂଘର ସ୍ବାମୀ ସୁକୁମାର ମହାରାଜ, ସନ୍ତୋଷ କୁମାର ଦାଶ, ସୁରେଶ ମହାରଣା ପ୍ରାଥମିକ ଚିକିତ୍ସା ଓ ଜଳବଣ୍ଟନ ଆଦି କାର୍ଯ୍ୟ କରିଥିଲେ।
ସେହିପରି ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ମଧ୍ୟ ଶ୍ରୀ ଲୋକନାଥ ମନ୍ଦିର ମେଳା ପରିସରରେ ବିଭିନ୍ନ ସେବା ପ୍ରକଳ୍ପ ଯଥାମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ଟଙ୍କ ତୋରାଣି ବଣ୍ଟନ,ସ୍ୱଚ୍ଛତା ବା ସଫେଇକାର୍ଯ୍ୟକ୍ରମ, ଜଳବଣ୍ଟନ, ଭ୍ରାମ୍ୟମାଣ ଜଳ ବଣ୍ଟନ ସେବା,ରୌଦ୍ର ତାପ ରୁ ଭକ୍ତ ମାନଙ୍କୁ ରକ୍ଷା ନିମନ୍ତେ ସ୍ପ୍ରେ ମାଧ୍ୟମରେ ଜଳସିଞ୍ଚନ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଭିଡ଼ ନିୟନ୍ତ୍ରଣ ଇତ୍ୟାଦି କରାଯାଇଥିଲା l ଅନୁଷ୍ଠାନ ର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ସେବା ସଚିବ ଶ୍ରୀ ଦେବେନ୍ଦ୍ର ମହାରଣା, ବିରଞ୍ଚି ମିଶ୍ର ଓ ରଞ୍ଜେଷ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠାନ ର ସଦସ୍ୟl/ସଦସ୍ୟ ମାନଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ ସମାପନ କରାଯାଇଥିଲା l