ଭୁବନେଶ୍ୱର- ଜାଲ୍ କାଗଜପତ୍ର ଦେଖାଇ ବ୍ୟାଙ୍କ ଅଫ୍ ବରୋଦାରୁ ସାଢେ଼ ସତର ଲକ୍ଷ ଟଙ୍କା ଋଣ ନେଇ ଦାମୀ ଗାଡ଼ି କିଣିଥିବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ଅଭିଯୁକ୍ତ ସିଦ୍ଧାର୍ଥ ସ୍ୱୟଂ ରାଉତକ୍ୁ ଗିରଫ କରିଛନ୍ତି । ଏହା ବ୍ୟତୀତ କିଣା ଯାଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି । ପୋଲିସର କହିବା ଅନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତ ଏମ୍ସର ଡାକ୍ତର ପରିଚୟ ଦେବା ସହ ମିଛ ଦରମା କାଗଜ ଦେଖାଇ ଲୁନ୍ ନେଇଥିଲେ । ପରେ ଏହି ଅର୍ଥ ଶୁଝି ପାରିନଥିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ବିରୁଦ୍ଧିରେ ଥାନାରେ ଏଫଆଇଆର ଦିଆଯାଇଥିଲା । ଏହି ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି ।
Related Stories
November 24, 2024
November 24, 2024