ବଲାଙ୍ଗିର,ବଲାଙ୍ଗିର ଲୋକନାଥ ମନ୍ଦିର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷ ଲୀକା ସାହୁ ଗତକାଲି ସନ୍ଧ୍ୟାରେ ଶିଳାନ୍ୟାସ କରିଛନ୍ତି । ୧୦୮ ବର୍ଷ ପୁରାତନ ଲୋକନାଥ ମନ୍ଦିର ବଲାଙ୍ଗିରର ସର୍ବ ପୁରାତନ ଶିବ ମନ୍ଦିର ହୋଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସରକାର ଫାଇଭ-ଟି ଉପକ୍ରମରେ ରାଜ୍ୟର ମନ୍ଦିର, ମଠ, ଗିର୍ଜା, ମସଜିଦ ଉନ୍ନୟନ ପାଇଁ ଅନୁଦାନ ଦେଇ ଉନ୍ନତି ପାଇଁ ବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ ଲୋକନାଥ ମନ୍ଦିର ଉନ୍ନତି ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ତାର ଉନ୍ନତିକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।
ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ପୂର୍ବତନ ସଂସଦ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବରେ ଉପ ନଗରପାଳ ଗାୟତ୍ରୀ ଭୋଇ, ୱାର୍ଡ ର କାଉନସିଲର ନନ୍ଦିନୀ ପୋଡ଼ ଯୋଗଦେଇ ଉପସ୍ଥିତ ଥିଲା ବେଳେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ସଭ୍ୟ ଓ ଭକ୍ତ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।