ଧର୍ମଶାଳା,ଆଜି ହେଉଛି ମହାଶିବରାତ୍ରି । ସବୁ ଶୈବାଳୟରେ ଉତ୍ସବ ମୁଖର । ଶିବ ଧ୍ୱନିରେ ପ୍ରକମ୍ପିତ ମନ୍ଦିର ବେଢା । ଏନେଇ ସଜେଇ ହୋଇଛି ଯାଜପୁର ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ଏହି ପୀଠର ବିଶେଷତ୍ୱ ହେଉଛି ଆଜିର ଦିନରେ ମହାଦେବଙ୍କ ସମେତ ଏଠାରେ ପଂଚଦେବତା ଉଜାଗର ରହିଥାନ୍ତି । ଭାରତ ବର୍ଷରେ ଏଭଳି କ୍ଷେତ୍ର ବିରଳ । ବଣ ପାହାଡ ଘେରା ପରିବେଶରେ ଅବସ୍ଥିତ ଏହି ମହାବିନାୟକ ଶୈବପୀଠରେ ପୂଜା ପାଉଛନ୍ତି ପଂଚ ଦେବତା । ଗଣେଶ,ଭାସ୍କର,ବିଷ୍ଣୁ,ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ତେବେ ଏହି ପୀଠର ବୈଶିଷ୍ଟ୍ୟ ହେଉଛି ଜାଗର ଯାତ୍ରା । ଜାଗର ଦିନ ଶିବଙ୍କ ସହ ଉଜାଗର ରୁହନ୍ତି ପଂଚଦେବତା । ଏଭଳି କ୍ଷେତ୍ର ଭାରତ ବର୍ଷରେ ନିଆରା । ଅନ୍ୟ କେଉଁଠି ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥାଏ । ଆଜିର ଦିନରେ ମାନସିକ ରଖିଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ପ୍ରବଳ ବିଶ୍ୱାସ ରହିଛି । ଯାହାକି ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମାଗମ ହୋଇଥାଏ । ଏଠାରେ ପ୍ରଭୁଙ୍କୁ ଦର୍ଶନ କଲେ ପଂଚଦେବତାଙ୍କ ଆଶୀର୍ବାଦ ମିିଳିଥାଏ । ତେବେ ଆଜି ଜାଗର ଯାତ୍ରା ପାଇଁ ମହାବିନାୟକ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏପଟେ ଯୋରସୋରରେ ଆଗେଇ ଚାଲିଛି ସମସ୍ତ ନୀତିକାନ୍ତି । ମନ୍ଦିର ପରିସରରେ ଚାଲିଛି ମହାଯଜ୍ଞ । ଶ୍ରଦ୍ଧାଳୁମାନଙ୍କ ପାଇର୍ ଜାଗର ଦୀପ ପ୍ରସ୍ତୁତ ହୋଇଛି । ଭକ୍ତମାନଙ୍କ ଭିଡ ହୋଇଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ବଡଚଣା ଥାନା ପକ୍ଷରୁ ବ୍ୟାରିକେଡ କରାଯାଇ ଯାଇଛି । ଫଳରେ ଶ୍ରଦ୍ଧାଳୁମାନେ ଧାଡି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ବିଳମ୍ବିତ ରାତିରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଜାଗର ଯାତ୍ରା ଅବସରରେ ହଜାରହଜାର ସଂଖ୍ୟାରେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଲାଗି ଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା ୫ ଦିନ ଧରି ଚାଲିବ । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।
Related Stories
November 23, 2024