ବଲାଙ୍ଗିର ,ଆଜି ପବିତ୍ର ମହାଶିବରାତ୍ରୀ ଜାଗର ମେଳା । ଆଜି ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଭରି ଉଠିଛି ଶୈବ ପୀଠ ଗୁଡିକ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ମହାଦେବ ଚନ୍ଦ୍ରଶେଖର ଶୈବ ପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡୁଛି । ଉତ୍ସାହ ଉଦ୍ଦୀପନାର ସହ ପୂଜା ପାଠରେ ଲିପ୍ତ ଅଛନ୍ତି ଶ୍ରଦ୍ଧାଳୁ ଭକ୍ତଗଣ । ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ ।
ବଲାଙ୍ଗିର ର ଶତବାର୍ଷ ଅତିକ୍ରମ କରିଥିବା ସର୍ବ ପୁରାତନ ଶ୍ରୀଲୋକନାଥ ମନ୍ଦିର ଜାଗର ଯାତ୍ରା ମହାଶିବରାତ୍ରି ଉପଲକ୍ଷେ ବ୍ୟବସ୍ଥିତ ଭବରେ ଶ୍ରଦ୍ଧାଳୁଙ୍କ ଭିଡ଼ ସକାଳ ପ୍ରଥମ ପ୍ରହର ଠାରୁ ମହିଳା ପୁରୁଷ ଶ୍ରଦ୍ଧାଳୁଙ୍କ ବିଶେଷ ରୂପରେ ଧାଡିବାନ୍ଧି ଲୋକନାଥ ମହାପ୍ରଭୁ ଙ୍କ ଦର୍ଶନ ପୂଜା ଅର୍ଚନା କରିବାରେ ବ୍ୟସ୍ତ ଅଛନ୍ତି ସେବକ ମାନେ ସହଯୋଗ କରିବା ସହିତ ବ୍ୟାରିକେଟ ଭିତରେ ରହି ସହଯୋଗ କରୁଛନ୍ତିI ଚଳିତ ବର୍ଷ ମନ୍ଦିର ସେବା ପୂଜା କମିଟିର ସଦସ୍ୟ ମାନଙ୍କ ଭିତରେ ବିଭିନ୍ନ ଦାୟିତ୍ୱ ନେଇ ଦର୍ଶନ ବ୍ୟବସ୍ଥା କରିଥିବା ବେଳେ ପୋଲିସ ବିଭାଗ ଶାନ୍ତି ଶୃଙ୍ଖଳାରେ ରକ୍ଷା ଦିଗରେ ସହଯୋଗ କରୁଛନ୍ତି I
ଏହା ବ୍ୟତୀତ ତୁଳସୀ ନଗର ଶ୍ରୀଶ୍ରୀମହାଦେବ ଟାଙ୍ଗରେସ୍ଵର ମନ୍ଦିର , ରେଳଷ୍ଟେସନ ଶିବମନ୍ଦିର , ଖୁଜେନପାଲି ଶିବ ମନ୍ଦିର , ସାଗରପଡା ସ୍ଥିତ ମହାଦେବ ମନ୍ଦିର ସମେତ ସମସ୍ତ ଶୈବପୀଠ ଗୁଡିକରେ ଭକ୍ତ ମାନଙ୍କ ଦର୍ଶନ ଓ ଉପାସନା ଦିଗରେ ଶୁବ୍ୟବସ୍ଥା କରାଯାଇଛି I ବଲାଙ୍ଗିର ଶୈଳଶ୍ରୀପ୍ୟାଲେସ ରେ ଥିବା ଶିବମନ୍ଦିର ରେ ରାଜପୁରୋହିତ ସନ୍ତୋଷ ଦାଶ ଅନ୍ୟ ସହଯୋଗୀ ମନ୍ଦିରପୂଜା ଅର୍ଚନା ସହିତ ଭକ୍ତ ମାନଙ୍କ ପୂଜା ରେ ସହଯୋଗ କରିଥିଲେ l ବିଭିନ୍ନ ସ୍ଥାନରେ ପ୍ରହରୀ, ପୂରଣ ପାଠ, ହୋମ ଯଜ୍ଞାନୁଷ୍ଠାନ ହେଉଚି I ମାନସିକ ଧାରି ମନେ ନିର୍ଜଳା ଉପବାସ କରି ନିଜ ମନସ୍କାମନା ପୂର୍ଣ୍ଣପାଇଁ ଅଖଣ୍ଡ ଦୀପ ଜଳାଇ ମନ୍ଦିର ଗୁଡ଼ିକରେ ଶିବ ଙ୍କ ଉପାସନା କରୁଥିବା ଦେଖା ଯାଉଛି I