
ଘଟଗାଁ,ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନନ୍ଦପୁରରେ ଥିବା ଶୈବପୀଠ ଗୁଡିକରେ ଶିବରାତ୍ରି ଅବସରରେ ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ହେଲା ଶୈବକ୍ଷେତ୍ର । ଶ୍ରୀ କୁଶଳେଶ୍ଵରଙ୍କ ମନ୍ଦିର ସହିତ ଅନ୍ଯାନ୍ଯ ଶିବମନ୍ଦିର ମାନଙ୍କରେ ଆଲୋକମାଳା ଓ ରଙ୍ଗବେରଙ୍ଗ ଫୁଲରେ ସଜା ହୋଇଥିଲା। ଭକ୍ତକୁ ଶ୍ରୁଙ୍ଖଳିତ କରିବା ଲାଗି ଆନନ୍ଦପୁର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ହୋଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ପ୍ରଶାସନ, ସେବାୟତ ଓ ଜେଓଗାଁରପରିଚାଳନା କମିଟି ସ୍ୱତନ୍ତ୍ର ଦେବ ନୀତି ନିର୍ଘଣ୍ଟ କରାଯାଇ ଥିଲା । ଠାକୁରଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ସହ ମହାଦୀପ ଜାଳିବା ପାଇଁ ବିଳମ୍ବିତ ରାତି ୧୦ ଧାର୍ଯ୍ୟ ହେଇଥିବା ଜଣାପଡିଛି । ମନ୍ଦିର ସିଂହଦ୍ଵାରକୁ ରଙ୍ଗୋଲି ରେ ସଜା ଯିବା ସହ ଫୁଲରେ ଆକର୍ଷିତ କରାଯାଇଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦ୍ରୁଷ୍ଟିରେ ରଖି ଯାନ ରଖିବାଠାରୁ ଆରମ୍ଭ କରି ଧାଡି ଦର୍ଶନ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତମାନଙ୍କ ସୁବିଧା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ପ୍ରଦାନ ହୋଇଥିଲା । ଦୀପ ଜାଳିବାପାଇଁ ସ୍ୱତନ୍ତ୍ର ସ୍ଥାନ ନିରୁପଣ କରାଯାଇ ଥିଲା । ଶ୍ରଦ୍ଧାଳୁ ଧାଡିରେ ଯିବା ବାଉଁଶ ବାରିକେଟ କରାଯାଇ ଥିଲା । ଜାଗର ଯାତ୍ରା ପାଇଁ ଦରଡିପାଳ, ଆନନ୍ଦେଶ୍ଵର, ବୀର ଗୋବିନ୍ଦପୁର କଇନିପୁର କଳ୍ପେଶ୍ଵର ସ୍ୱପ୍ନେଶ୍ଵର, ସଇଲଙ୍ଗ ଶୈଳେଶ୍ଵର , ପଦ୍ମପୁର ପଦ୍ମେଶ୍ଵର ,ଉତ୍ତରେଶ୍ଵର,ଫକିରର ବାଲୁଙ୍କେଶ୍ଵର
ବେଲବାହାଳି ର ବେଲେଶ୍ଵର ପ୍ରମୁଖ ମନ୍ଦିରରେ ମନ୍ଦିରରେ ମହାଦୀପ ଉଠିବାର ବ୍ଯବସ୍ଥା ଗ୍ରହଣ କରାଯାଇଛି । ଶିବ ମନ୍ଦିରରେ ରାତି ୩ଟା୩୦ରେ ମଙ୍ଗଳ ଆଳତୀ, ସ୍ନାନ, ବେଶ, ସୂର୍ଯ୍ୟ ପୂଜା ଓ ବାଳଭୋଗ ସରିବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ପରମ୍ପରା ଅନୁସାରେ ଦିନ ଦେବ ନୀତି କରାଯାଇ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହେଇଛି । ଏହି ଅବସରରେ ରାମ ନାଟକ, ପାଲା, ଦାଶକାଠିଆ, ହୋମ ଯଜ୍ଞ, ଭଜନ ସମାରୋହ ,ନାଟକ ଓ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଶୈବପୀଠ ମାନଙ୍କରେ ପ୍ରସାଦସେବନର ବ୍ଯବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ଆନନ୍ଦ ଉଲ୍ଲାସ ଭକ୍ତିପୂତ ଭାବେ ଦିଅଁ ଦର୍ଶନ କରିଥିଲେ ।