
ଜୟପୁର , ଶିବରାତ୍ରୀ ପାଇଁ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମେଳିଛି । ଜୟପୁର ରାଜୁସାହି ସ୍ଥିତ ପଞ୍ଚାନନ ମନ୍ଦିର, ବୈଦ୍ୟନାଥ ମନ୍ଦିର, ପୁରୁଣା ଗଡସ୍ଥିତ ନୀଳକଣ୍ଠେଶ୍ୱେର ମନ୍ଦିର, ଏମ୍.ଜି ରୋଡ ସ୍ଥିତ ହଟେକେଶ୍ୱର ମନ୍ଦିର, ଖଜୁରି ବନ୍ଦ ସ୍ଥିତ ଲୋକେଶ୍ୱର ମନ୍ଦିର, ଜୟନଗର ସ୍ଥିତ ଭୁତନାଥଶ୍ୱ୍ୱର ମନ୍ଦିରର, ବାପୁଜି ନଗର ସ୍ଥିତ ଶିବ ମନ୍ଦିର ,ଜୟପୁର ଘାଟି ସ୍ଥିତ ଅଦ୍ଧନାରୀଶ୍ୱର, ବାରିଣିପୁଟ ସ୍ଥିତ ଶକ୍ତିଶ୍ୱର ମନ୍ଦିର, ହାତିଶାଳ ସ୍ଥିତ କପିଳେଶ୍ୱର ମନ୍ଦିର, ଗାଗନାପୁର ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ଓ ସଦର ପୋଲିସ ତରଫରୁ ସ୍ରୁରକ୍ଷା କଡାକଡି କରାଯାଇଥିଲା । ଲମ୍ବାଲାଇନରେ ଭକ୍ତ ମାନେ ହାତରେ ନଡିଆ କଦଳି , ପଇଡ ଧରି ପ୍ରଭୁଙ୍କୁ ଦର୍ଶନ କରିବା ପାଇ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜୟପୁର ପଞ୍ଚାନନ ଅଷ୍ଟସମ୍ବୁ କ୍ଷେତ୍ର ରେ ହରିହରି ଭେଟ ସହ ରାଷ୍ଟ୍ର ମଙ୍ଗଳ ପାଇ ହୋମ କରାଯାଇଥିଲା । ବାବା ବୈଦ ନାଥ ମନ୍ଦିରରେ ମହାଦୀପ ଚଢାଯାଇଥିଲା । ଭକ୍ତ ମାନେ ଶାନ୍ତି ଶୃଙ୍ଖଳାରେ ଲମ୍ବା ଲାଇନରେ ଦର୍ଶନ କରିଥିଲେ । ଭକ୍ତ ମାନେ ରାତି ସାରା ଦୀପ ଜାଳି ଜାଗର ପାଳିଥିବା ବେଳେ ପରିବେଶ ଶିବମୟ ହୋଇଉଠିଛି ।