କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବ୍ରହ୍ମଗିରି,ରେବେଣା ନୂଆ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ “ସୁଧା” ମିଳିତ ଅନୁକୁଲ୍ୟରେ ମହର୍ଷିଦୟାନନ୍ଦ ସରସ୍ୱତୀଙ୍କର ୨୦୦ତମ ଜନ୍ମ ଶତବାର୍ଷିକ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ବ୍ରହ୍ମଗିରି ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା,ନିମନ୍ତ୍ରିତ ଅତିଥୁ ରୂପେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ଷଣ୍ଡ ଏବଂ ସି.ଆର.ସି.ନିଶାକର ମହାନ୍ତି ଯୋଗଦେଇଥିଲେ। ମୁଖ୍ୟ ଅତିଥି ଏବଂ ନିମନ୍ତ୍ରିତ ଅତିଥିମାନେ ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦଙ୍କର କର୍ମଠ ତ୍ୟାଗପୁତ ଜୀବନ, କୁସଂସ୍କାର, ଜାତିପ୍ରଥା, ଭେଦଭାବ, ଗୁଣିଗାରେଡି, ଉଚ୍ଚ ନିଚ୍ଚ ମନୋଭାବ, ବିଧବା ବିବାହ ଏବଂ ବାଲ୍ୟ ବିବାହ ଉଚ୍ଛେଦ ବିଷୟ ଏବଂ ନାରୀଶିକ୍ଷା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ମହର୍ଷିଙ୍କ ତ୍ୟାଗପୁତ ଜୀବନ ଏବଂ ସମାଜ ସଂସ୍କାର କାର୍ଯ୍ୟାବଳୀ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପରୁସ୍କାର ବିତରଣ କରାଯାଇଥିଲା। ପ୍ରଧାନଶିକ୍ଷକ
ପ୍ରଦୀପ୍ତ କୁମାର ସାହୁ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ “ସୁଧା”ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।
Related Stories
November 22, 2024