-
ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କୁ ଜିଲ୍ଲାପାଳ ଙ୍କ ଗୁରୁତ୍ୱ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି।ଏହାରି ଆଧାର ରେ ନିର୍ବାଚନ ପରିଚାଳିତ ହୋଇଥାଏ।ତେଣୁ ଏହାକୁ ବାରମ୍ବାର ଅଧ୍ୟୟନ ସହ କୌଣସି ସମସ୍ୟା ପାଇଁ ବିନା ସଂକୋଚ ରେ ଉପରିସ୍ଥ ଅଧିକାରୀ ମାନଙ୍କ ସହ ପରାମର୍ଶ କରନ୍ତୁ।କୌଣସି କ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସତର୍କ କରାଇ ଦେଇଛନ୍ତି।ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସର ମାନଙ୍କର ୨ୟ ପର୍ଯ୍ଯାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରି ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ପରେ ନିର୍ବାଚନ ପାଇଁ ନିୟୋଜିତ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସର ମାନେ ନିଜ ଦାୟିତ୍ୱ କୁ ଭଲ ଭାବେ ବୁଝି ପାରିଥିବାରୁ ନିଜ ନିଜ ପରିସରର ବୁଥ ଗୁଡିକୁ ତନ୍ମ ତନ୍ମ କରି ଅନୁଧ୍ୟାନ କରିବା, ବୁଥ ମାନଙ୍କ ରେ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ ସର୍ବନିମ୍ନ ସୁବିଧା ଯଥା ପାନୀୟ ଜଳ, ରାମ୍ପ,ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ ଇତ୍ୟାଦିକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।ନିର୍ବାଚନ ଏକ ଟିମ ୱାର୍କ।ସମ୍ମିଳିତ ଭାବେ ଏହାକୁ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସହ ନିର୍ବାଚନ କିମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସର୍ ମାନଙ୍କ ଦାୟିତ୍ୱ,କର୍ତ୍ତବ୍ୟ ଓ ମତଦାନ ପ୍ରକ୍ରିୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆ ଯାଇଥିଲା। ସେକ୍ଟର ଅଫିସର ମାନେ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧନରେ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବାକୁ ପରାମର୍ଶ ଦିଆଯାଇଥିଲା। ପିପିଟି ମାଧ୍ୟମରେ ବିସ୍ତୃତ ଭାବେ ଭଲ୍ନରେବିଲିଟି ମ୍ୟାପିଙ୍ଗ୍ ବୁଥ୍ ଚିହ୍ନଟିକରଣ, ମତଦାନ କେନ୍ଦ୍ର କୁ ଅନୁଧ୍ୟାନ, କେନ୍ଦ୍ର ରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା, ରାମ୍ପ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା କୁ ନିରୀକ୍ଷଣ ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ନିର୍ବାଚନ କୁ ଶୃଙ୍ଖଳିତ ପରିଚାଳନା ପାଇଁ ୧୦ ଗୋଟି ଗୁରୁତ୍ୱପୂର୍ଣ୍ଣ ଟିମ ଗଠନ କରାଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରୀୟ ରଞ୍ଜନ ପୃଷ୍ଟି,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା।ନିର୍ବାଚନ ଆରମ୍ଭ ପୂର୍ବରୁ ଓ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଆମେ ସମସ୍ତେ ଭାରତର ନିର୍ବାଚନ କମିଶନଙ୍କ ଅଧିନରେ କାର୍ଯ୍ୟ କରୁଥିବାରୁ ଏହାର ଗୁରୁତ୍ୱ କୁ ଅନୁଭବ କରି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରଶିକ୍ଷଣରେ ସହଯୋଗ କରିଥିଲେ। ପରେ ଇଭିଏମ ଓ ଭିଭିପାଟର ପ୍ରଶିକ୍ଷଣ ସେକ୍ଟର ଅଫିସର ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସରମାନେ ଯୋଗ ଦେଇଥିଲେ।