-
ପ୍ରଭୁଙ୍କ ଦର୍ଶନ ପାଇ ମନ୍ଦିରରେ ପ୍ରବଳ ଭିଡ଼,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପ୍ରଭୁ ଶ୍ରୀଲୋକନାଥ ଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତିକାନ୍ତି ସମୟ ଅନୁସାରେ ଅନୁଷ୍ଠିତ ହୋଇଯାଇଛି |ପ୍ରଭୁ ଶ୍ରୀଲୋକନାଥ ଙ୍କ ଦର୍ଶନ ପାଇଁ ଦିନ ତମାମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା |
ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ବୋଲି କୁହାଯାଏ |ପ୍ରତିବର୍ଷ ଶିବରାତ୍ରି ପୂର୍ବ ଏକାଦଶୀ ଦିନ ବର୍ଷ ତମାମ ରହୁଥିବା ବେଲ ପତ୍ର ଓ ଜଳ ଉଝୁଳା ହୋଇଥାଏ। ଏହାକୁ ପଙ୍କଉଦ୍ଧାର ବା ପଙ୍କଉଝୁଳା ଏକାଦଶୀ କୁହାଯାଏ। ବର୍ଷ ମଧ୍ୟରେ ଏହି ଦିନ କେବଳ ଶ୍ରୀ ଲୋକନାଥ ଙ୍କ ମୂଳ ଲିଙ୍ଗ ସ୍ୱରୂପ ଭକ୍ତ ଦର୍ଶନ କରି ଭକ୍ତମାନେ ନିଜକୁ କୃତାର୍ଥ ମନେ କରିଥାନ୍ତି।
ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ ବୋଲି ମାନ୍ୟତା ଅଛି ।ଶ୍ରୀଲୋକନାଥ ମହାଦେବଙ୍କ ନିକଟରେ ଆଶ୍ରିତ ହେଲେ ଅପୁତ୍ରିକ ପୁତ୍ର ଲାଭ କରିଥାଏ ଏବଂ ରୋଗରେ ବିକଳାଙ୍ଗ ବ୍ୟକ୍ତି ରୋଗ ମୁକ୍ତ ହୋଇଥାଏ ବୋଲି ଅନେକ ଉଦାହରଣ ରହିଛି |
ଶ୍ରୀମନ୍ଦିରର ପଶ୍ଚିମ ଦିଗରେ ଶ୍ରୀ ଲୋକନାଥ ମହାଦେବ ବିଦ୍ୟମାନ ଏହା ଏକ ପ୍ରାଚୀନ ମନ୍ଦିର । ଏହି ମାହାଦେବ ମନ୍ଦିରର ବିଶେଷତ୍ୱ ହେଉଛି , ଏଠାରେ ପୂଜିତ ହେଉଥିବା ମୂଳ ଲିଙ୍ଗ ସର୍ବଦା ଝର ଜଳରେ ନିମଗ୍ନ । ବର୍ଷ ତମାମ ଏଠି ଚଳନ୍ତି ଲିଙ୍ଗ ଉପାସନା ହୋଇଥାନ୍ତି। ପ୍ରଭୁ ଶ୍ରୀଲୋକନାଥ ଙ୍କ ପ୍ରତ୍ୟେକ୍ଷ ଦର୍ଶନ ପାଇ ଭକ୍ତ ମନେ କୃତାର୍ଥ ହୋଇଛନ୍ତି |