ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ସର୍ବାଧିକ ୧୮.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁର ଜିଲ୍ଲାର ବାମରାରେ ୧୬.୨ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୧୫.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୧୦.୨ ମି.ମି., ସମ୍ବଲପୁର ଜିଲ୍ଲାର ହିରାକୁଦରେ ୮.୬ ମି.ମି., ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୮.୩ ମି.ମି. ଏବଂ କେନ୍ଦୁଝର ଜିଲ୍ଲାର ଶାରପଡ଼ାରେ ୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।