
ବଲାଙ୍ଗିର, ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ ୫୦୦୦ ଟଙ୍କା ଶେଖ ମହମ୍ମଦ ଆସିମଙ୍କ ଠାରୁ ବିଲ କରିବାକୁ ନେଉଥିବା ବେଳେ ଆଜି ଦୁର୍ନୀତି ନିବାରଣ ବିଭାଗର ହାତରେ ଧରାପଡିଛନ୍ତି। ଶେଖ କରିଥିବା ପାଇଖାନା ଗୁଡିକର ବିଲ କରିବାକୁ ହଇରାଣ କରି ଟଙ୍କା ମାଗିଥିଲେ। ଆଜି ବ୍ଲକ ପରିସରରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଭିଯୋଗ ପାଇଲା ପରେ ଏକ କେସ କରାଯାଇଛି। ତାଂକୁ କାର୍ଯ୍ୟାଳୟ କୁ ଆଣିବା ପରେ ତଦନ୍ତ ଚାଲୁ ରହିଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।