
ଭୁବନେଶ୍ଵର/ଗଞ୍ଜାମ, ଅର୍ଥତତ୍ଵ ଚିଟଫଣ୍ଡ ଲିଙ୍କ୍ ମାମଲାରେ ଆଜି ଓଡ଼ିଶାର ୮ଟି ସ୍ଥାନରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି । ଏହି ଲିଙ୍କ୍ ରେ ଛତ୍ରପୁର ଆଇଆରଇ ଛକ ସ୍ଥିତ ବ୍ୟବସାୟୀ ହରିଭୂଷଣ ସାହୁଙ୍କ ଘରେ ମଧ୍ୟ ଚଢ଼ଉ କରିଛି ଇଡି । ଜମି କିଣାବିକା ନେଇ ଅର୍ଥତତ୍ଵ ଲିଙ୍କ୍ ରହିଥିବାରୁ ଏହି ଚଢ଼ଉ ହୋଇଛି ।
ସେହିପରି ଭୁବନେଶ୍ଵରରେ ଏକ ଖବରକାଗଜ ସଂସ୍ଥା ସହ ଭୁବନେଶ୍ଵରରେ ମୋଟ୍ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।