ଧର୍ମଶାଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୫ ତାରିଖ ଦିନ ଯାଜପୁର ଜିଲା ଚଣ୍ଡିଖୋଲସ୍ଥିତ ବେଣାପୁର ଗସ୍ତରେ ଆସି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାଙ୍କର ଥିଲା ଏହା ଶେଷ ଗସ୍ତ । ଯାହାକୁ ନେଇ ରାଜନୈତିକ ଶିବିର ଉଷ୍ମ ହୋଇ ଉଠିଥିଲା । ସମସ୍ତଙ୍କ ଆଶା ଥିଲା ମୋଦିଙ୍କ ମୁହଁରୁ ବିଜେଡି ବିରୋଧରେ କିଛି ଶୁଣିବା ପାଇଁ । ହେଲେ ବିରୋଧ ନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରିବା ସହି ବର୍ତମାନ ଚାଲିଥିବା ବିଜେଡି ସରକାରଙ୍କ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଯାହାକୁ ନେଇ ନେତା ଓ କର୍ମୀମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମୋଦି ଚଣ୍ଡିଖୋଲ ଗସ୍ତ କରି ଫେରିବାର ଗୋଟିଏ ଦିନ ପରେ ରାଜ୍ୟ ରାଜନୀତିରେ ମେଂଟ ଚର୍ଚ୍ଚାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ତେବେ ଏହି ମେଂଟ ଚୂଡାନ୍ତ ପର୍ଯ୍ୟାୟରେ ପଂହଚି ଥିବା ବେଳେ ଏବେ ତଳ ସ୍ତରର ଉଭୟ ଦଳର ନେତା ଓ କର୍ମୀମାନଙ୍କ ମନ ସେତେଟା ଭଲ ନ ଥିବା ଜଣାପଡିଛି । ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀ ହେଉ ଅବା ଧର୍ମଶାଳା, ବରୀ, କୋରାଇ, ଯାଜପୁର, ବିଂଝାରପୁର ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦଳ ବଦଳ କରିଥିବା ନେତା ଓ କର୍ମୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ସେମାନଙ୍କ ଭାଗ୍ୟ କେଉଁ ଆଡକୁ ଗତି କରିବା ତାହା ସମୟକୁ ଅପେକ୍ଷା । ବଡଚଣାରେ ପୂର୍ବରୁ ଦଳ ବଦଳ କରିଥିବା ୩ ଜଣ ଯୁବ ନେତା, ଧର୍ମଶାଳାର ଜଣେ ଯୁବନେତା, ବରୀରେ ୨ ନେତା ନିଜ ଶକ୍ତି ଖଟାଇ ନିଜ ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ଦଳର ଟିକେଟ ହାତେଇବା ପଇଁ କସରତ ଆରମ୍ଭ କରିଥିଲେ । ଏହି ମେଂଟ ଚର୍ଚ୍ଚାକୁ ନେଇ ସେମାନଙ୍କ ଗତି ଆଗକୁ କେଉଁ ଆଡେ ଯାଉଛି ତାହାକୁ କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
Related Stories
November 21, 2024
November 21, 2024