ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀରେ ଜାତୀୟ ସହକାରୀ ଡାଟାବେସର ଲୋକାର୍ପଣ ଓ ‘ଜାତୀୟ ସହକାରୀ ଡାଟାବେସ 2023-ଏକ ରିପୋର୍ଟ’ର ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାରରୁ ସମୃଦ୍ଧି ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ସହକାରିତା ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
ସହକାରିତା ମନ୍ତ୍ରାଳୟ ଅନୁସାରେ ସହକାରିତା କେନ୍ଦ୍ରୀତ ଆର୍ଥିକ ମଡେଲକୁ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାର, ଜାତୀୟ ସଂଘ ଓ ହିତାଧିକାରୀଙ୍କ ସହଭାଗିତାରୁ ରାଷ୍ଟ୍ରୀୟ ସହକାରୀ ଡାଟାବେସର ବିକାଶ କରାଯାଇଛି । ରାଷ୍ଟ୍ରୀୟ ସହକାରୀ ଡାଟାବେସ କେନ୍ଦ୍ର ମନ୍ତ୍ରାଳୟ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳରେ ଓ ସହକାରୀ ସମିତି ମଧ୍ୟରେ ପ୍ରଭାବଶାଳୀ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ, ଯାହାଦ୍ୱାରା ସହକାରୀ ଅଂଚଳର ସମସ୍ତ ହିତାଧିକାରୀ ଲାଭାନିତ୍ୱ ହେବେ ।