
ଚମ୍ପୁଆ, ଚମ୍ପୁଆସ୍ଥିତ ଧରଣୀଧର ନଗର ଭବନ ଠାରେ ଚମ୍ପୁଆ ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଲଇଡି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବାର୍ତ୍ତା ପ୍ରସାରଣ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ବାର୍ତ୍ତା ଉପସ୍ଥିତ ମହିଳାଙ୍କ ଅବଗତି ନିମନ୍ତେ ପ୍ରସାରିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ଉପସଭାପତି ସୁକେଶୀ ଓରାମ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାଧାକାନ୍ତ ମହାନ୍ତ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରକାଶ ମଲିକ ଯୋଗ ଦେଇ ଆଗାମୀ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଦେଶ ଅଧିକ ଶକ୍ତିଶାଳୀ ହେବା ସହ କିଭଳି ବିକାଶମୁଖୀ ହୋଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ଛଳରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜେପି ଜିଲ୍ଲା ମହିଳା ଉପ ସଭାନେତ୍ରୀ ଝରଣା ମହାନ୍ତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଚମ୍ପୁଆ ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ସଭାପତି ମହମ୍ମଦ ମହତାବ କାର୍ଯ୍ୟକ୍ରମ ପରିଚାଳନାରେ ରେ ସହଯୋଗ କରିଥିବାବେଳେ କାର୍ଯ୍ୟକ୍ରମରେ ଚମ୍ପୁଆ ବ୍ଲକର ଶତାଧିକ ମହିଳା ଯୋଗ ଦେଇଥିଲେ ।