ଭୁବନେଶ୍ୱର, ବରପଦା ଇଞ୍ଜିନିୟରିଂ କଲେଜ ସହ ସମ୍ପର୍କିତ ଜମି ଦୁର୍ନୀତି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଦୀର୍ଘ ସମୟ ଧରି ଜେରା କରାଯାଇଛି । 17 ଘଂଟା ଜେରାର ସମ୍ମୁଖୀନ ହେବା ପରେ ଇ ଡି ଅଫିସ ରୁ ପ୍ରୟାସ କାନ୍ତି ସାମଲ ବାହାରିଛନ୍ତି ।
ଇ ଡି ନୋଟିସ ମୁତାବକ ମଙ୍ଗଳବାର ଦିନ 10.30 ରେ ପ୍ରୟାସକାନ୍ତି ଇ ଡି ଅଫିସ ରେ ହାଜର ହେବା ପରେ ରାତି 4 ଟା ରେ ତାଙ୍କୁ ଛଡା ଯାଇଛି । ତେବେ ଗଣମାଧ୍ୟମ ପ୍ରଶ୍ନ ରେ ମୁଁହ ନ ଖୋଲି ଆଉ ଥରେ ଦେଖା ହେବ କହି ପ୍ରାୟସକାନ୍ତି ସାମଲ ଚାଲି ଯାଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଇ ଡି ବରପଦା ଇଞ୍ଜିନିୟରିଂ କଲେଜ 20 କୋଟି ଦୁର୍ନୀତି ନେଇ ପ୍ରୟାସକାନ୍ତି ଙ୍କୁ ଗୋଡେଇ ତୋଡେ଼ଇ ପ୍ରଶ୍ନ କରିଥିଲା । ଆଉ ଥରେ ଜେରା ପାଇଁ ପ୍ରୟାସକାନ୍ତି ଙ୍କୁ ଡକାଯାଇ ପାରେ ବୋଲି ଇଡି ସୂତ୍ର ରୁ ସୂଚନା ମିଳିଛି ।