କନ୍ଧମାଳ, କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଓଏସଆରଟିସି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ବସଟି ତଳକୁ ଖସିଯାଇଛି। ଫଳରେ ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଗାଡିରେ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଅନ୍ଯ ମାନେ ମାସାନ୍ଯ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନିକଟସ୍ଥ ଫୁଲବାଣୀ ଏବଂ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳୁ ବସ୍ଟି ଫୁଲବାଣୀରୁ ଅନୁଗୁଳ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରର ରେସକ୍ୟୁ ଅପରେସନ୍ ବେଶ୍ କଷ୍ଟଦାୟକ ଥିଲା। ବସ୍ଟି ଓଲଟି ପଡିଥିବାରୁ ସେ ଭିତରୁ ଜଣ ଜଣଙ୍କୁ ବାହାର କରିବାକୁ ପଡିଥିଲା। ବସ୍ର କାଚ ଭାଙ୍ଗି ସେଥିରୁ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ଗାଡିର ଗିଅର ବକ୍ସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି।
Related Stories
September 19, 2024
September 19, 2024