ମାଲକାନଗିରି,ରାଜ୍ୟସ୍ତରୀୟ ପଞ୍ଚାୟତ ରାଜ ଦିବସରେ ଲୋକଙ୍କୁ କ୍ଷମତା ପ୍ରଦାନ ସହ ସଶକ୍ତ ପଞ୍ଚାୟତ ଗଠନରେ ପଞ୍ଚାୟତିରାଜ ବ୍ୟବସ୍ଥାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ତୃଣମୂଳସ୍ତରରେ ବିକାଶର ଧାରାକୁ ତ୍ୱରାନ୍ୱିତ କରି ମାଥିଲି ପଞ୍ଚାୟତ ଜନସାଧାରଣଙ୍କ ସହଯୋଗରେ ସରପଞ୍ଚ କାନାମରାଜୁ ନାୟକ, ସମିତି ସଭ୍ୟ ବାଲାରାଜୁ କପେ, ଜିଲ୍ଲା ପରିଷଦ ସସ୍ମିତା ମାଝୀ ଓ ପିଇଓ ଅଶୋକ ମହାରଣା ସମସ୍ତେ ସ୍ୱଚ୍ଛ ମନରେ ଅଞ୍ଚଳବାସୀଙ୍କ ପାଇଁ ସେବା କରି ବିରାଟ ପରିବର୍ତ୍ତନ ଆଣିଥିବାରୁ ଗତକାଲି ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ରାଜ୍ୟରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ମାଥିଲି ଗ୍ରାମପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର ୨ 0ଲକ୍ଷ ଟଙ୍କା ପୁରସ୍କାର ପାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
Related Stories
September 19, 2024
September 19, 2024