
କନ୍ଧମାଳ, ଫୁଲବାଣୀ ରେ ସମନ୍ବିତ ଶିଶୁ ବିକାଶ ବିଭାଗର ଶିକ୍ଷା ବିଭାଗ ସହିତ ଅଙ୍ଗନବାଡି କେନ୍ଦ୍ର ରୁ ସ୍କୁଲକୁ ଯିବାକୁ ଥିବା ବୟସର ଶିଶୁ ମାନଙ୍କର ସ୍ମୁଥ ଟ୍ରାଞ୍ଜାକସନ ନିମନ୍ତେ, ବାଲ ରକ୍ଷା ଭାରତ(ସେଭ ଦ ଚିଲଡ୍ରେନ) ଦ୍ବାରା ଅୟୋଜିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କର ଅଙ୍ଗନବାଡି ରୁ ସ୍କୁଲ କୁ ଯିବା ଏହି ବୟସ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ। ଏହି ଅବସରରେ ସେମାନଙ୍କୁ ପାଠ ବିଷୟରେ ବିନା ଚାପରେ ଜାଣିବା ଓ ଗ୍ରହଣ କରିବା ଉପାୟ ସବୁକୁ,ବାଲ ରକ୍ଷା ଭାରତ ଅନୁଷ୍ଠାନ ଡବ୍ଲ୍ୟୁ ସିଡି ବିଭାଗର ଅନୁମୋଦନରେ କିଛି ନୁଆ ବହି ଓ ଚିତ୍ର ଜରିଆରେ ପିଲାମାନଙ୍କ ଜାଣିବା ନୁତନ ଉପାୟ ସବୁକୁ ଅଙ୍ଗନାଡି ଜରିଆରେ ପିଲାମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛି। ଏହା ଅତି ସ୍ବାଗତ ଯୋଗ୍ଯ ପଦକ୍ଷେପ ବୋଲି କହିଥିଲେ। ଏହି ଅବସରରେ ବାଲ ରକ୍ଷା ଭାରତ ର ରାଜ୍ୟ ପରିଚାଳକ ଡ. ଅଭିଜିତ ଭଦ୍ର,ଶିକ୍ଷା ପରିଚାଳକ ସନ୍ଦିପ ଶର୍ମା ପ୍ରମୁଖ ବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା ଏବଂ ସମନ୍ବିତ ଶିଶୁ ବିକାଶ ବିଭାଗର ର ସମସ୍ତ ଯୋଜନା ବାବଦରେ ବୁଝାଇବା ସହ ଊପସ୍ଥିତ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପିଲା ମାନଙ୍କ ର ଏହି ଟ୍ରଞ୍ଜିଟ୍ ପିରିଅଡ଼ କିପରି ସରଳ ଓ ସୁଗମ ହୋଇ ପାରିବ ସେ ବିଷୟରେ ବୁଝାଇଥିଲେ। ଖଜୁରୀପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଶିଶୁ ମାନଙ୍କ ର ବିଦ୍ୟାଳୟ ରେ ନାମ ଲେଖା ବୟସ,ସେମାନଙ୍କ ପ୍ରାରମ୍ଭିକ ଶିକ୍ଷା ଓ ଜତ୍ନ ବାବଦରେ ଆଲୋକପାତ କରିଥିଲେ। ସମନ୍ବିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ଏଡବ୍ଲୁସି ଜରିଆରେ ଶିଶୁ ମାନଙ୍କୁ ମିଲୁଥିବା ସମସ୍ତ ଯୋଜନା ବାବଦରେ ସୂଚନା ଦେଇଥିଲେ। ସହକାରୀ ପରିଚାଳକ ମନୋଜ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରି, ବାଲ ରକ୍ଷା ଭାରତ ଦ୍ବାରା ଓଡିଶାରେ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କୁ ଭାଷା, ଗାଣିତିକ ଜ୍ଞାନ ଏବଂ ସେମାନଙ୍କ ବୌଦ୍ଧିକ ବିକାଶ ପାଇଁ ସହଜ ଓ ଛୋଟ ଛୋଟ ଚିତ୍ର ଥିବା ଗପ ବହି ବଣ୍ଟନ କରାଯାଉଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ୧୪୯ ଟି ଅଙ୍ଗନୱାଡି କେନ୍ଦ୍ର ରେ ଥିବା ଶିଶୁ ମାନଙ୍କୁ ଅଭ୍ଯାସ ପୁସ୍ତକ ସମୁଦାୟ ୭ ଟି ପଞ୍ଚାୟତ ର ୨୦ ଅଙ୍ଗନବାଡି କେନ୍ଦ୍ର ର ୩୫୦ ଜଣ ଶିଶୁ ମାନଙ୍କୁ ଆମ ଘର କଳାପଟା, ଡଷ୍ଟର ଓ ଚକ୍ ଖଡି ବିତରଣ କରା ଯାଇଥିବା ନେଇ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ସହାୟତା କରିଥିଲେ।