କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଦେଶ ବିଦେଶ ରୁ ଲକ୍ଷାଧିକ ଭକ୍ତ ପ୍ରତ୍ୟେକ ଦିନ ପୁରୀକୁ ଆସୁଛନ୍ତି |ଭକ୍ତଙ୍କ ସେବାପାଇଁ ଅନେକ ବ୍ୟବସ୍ଥା ମଧ୍ୟ ରହିଛି ହେଲେ ବେଳେ ବେଳେ ଏହି ସେବା ପ୍ରଦାନ ଫେଲ ମାରିଯାଉଛି |ସେହିଭଳି ଦୃଶ୍ୟ ସୋମବାର ସକାଳ ସମୟରେ ଦେଖିବାକୁ ମିଳିଥିଲା |ସୂଚନା ଅନୁସାରେ ସୋମବାର ସକାଳ ୭ ଘଣ୍ଟିକା ସମୟରେ ଜଣେ ବୃଦ୍ଧ ଭକ୍ତ ଶ୍ରୀମନ୍ଦିର ବେଢା ଭିତରେ ଖିର ଚୋରା ଗୋପୀନାଥ ମନ୍ଦିର ନିକଟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ |ଭକ୍ତଙ୍କ ସମ୍ପର୍କୀୟ ଅସହାୟ ହୋଇ କାନ୍ଦିବାରେ ଲାଗିଥିଲେ |ସମ୍ପର୍କୀୟଙ୍କ କାନ୍ଦିବା ଦେଖି ଶ୍ରୀମନ୍ଦିରରେ କାର୍ଯ୍ୟରତ ମହିଳା ହୋମଗାର୍ଡ କର୍ମଚାରୀ ରଶ୍ମିତା ପାଣି ଶ୍ରୀମନ୍ଦିର ସହାୟକ କର୍ମଚାରୀଙ୍କୁ ଡାକିଥିଲେ ହେଲେ ଦୁଇଜଣ ସହାୟକ କର୍ମଚାରୀ ନ ଥିବାରୁ ନିଜେ ମହିଳା ହୋମଗାର୍ଡ କର୍ମଚାରୀ ଷ୍ଟ୍ରେଚରରେ ବୋହି ନେଇ ରୋଗୀଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିଲେ |ମହିଳା ହୋମଗାର୍ଡ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅସୁସ୍ଥ ବୃଦ୍ଧାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ମିଳିବା ସହିତ ମୂଲ୍ୟବାନ ଜୀବନ ଟି ବଞ୍ଚିଗଲା |ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ସାହାଯ୍ୟ ମନୋବୃତ୍ତିକୁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଶ୍ରୀମନ୍ଦିର ସେବକ ଏବଂ କିଛି ଭକ୍ତ ତାଙ୍କୁ ପ୍ରଶଂଶା ମଧ୍ୟ କରିଛନ୍ତି |
Related Stories
November 24, 2024
November 24, 2024