ମୁମ୍ବାଇ, ମାଓବାଦୀ ଲିଙ୍କ ମାମଲାରେ 54 ବର୍ଷୀୟ ଜିଏନ ସାଇବାବା ସମେତ 6 ଅଭିଯୁକ୍ତଙ୍କ ମୁକ୍ତ କରିଛନ୍ତି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଂଚ । ମଙ୍ଗଳବାର ଜଷ୍ଟିସ ବିନୟ ଜୋଶୀ ଓ ଜଷ୍ଟିସ ବାଲ୍ମିକୀ ଏସଏ ମେନେଜେସଙ୍କ ପୀଠ ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଅଭିଯୋଜନା ପକ୍ଷ ଏମାନଙ୍କ ସମସ୍ତଙ୍କ ବିରୁଦ୍ଧରେ ଅଭିଯୋଗ ସାବ୍ୟସ୍ତ କରିବାରେ ବିଫଳ ରହିଛନ୍ତି । କୋର୍ଟ ପ୍ରମାଣ ଅଭାବରୁ ଅଭିଯୋଜନ ପକ୍ଷକୁ ତାଗିଦ କରିଥିଲେ । କୋର୍ଟ 54 ବର୍ଷୀୟ ସାଇବାବାଙ୍କୁ ଦିଆଯାଇଥିବା ଆଜୀବନ କାରାବାସ ଦଣ୍ଡାଦେଷକୁ ରଦ୍ଦ କରି ହେମ ମିଶ୍ରା, ମହେଶ ତିର୍କୀ, ବିଜୟ ତିର୍କୀ, ନାରାୟଣ ସାଂଗଲିକର, ପ୍ରଶାନ୍ତ ରାହି ଓ ପାଣ୍ଡୁ ନରୋଟେଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି ।
Related Stories
November 21, 2024