କୋଲକାତା, କେନ୍ଦ୍ରୀୟ ନିର୍ବାଚନ ଆୟେଗ ଚଳିତ ଥର ଲୋକସଭା ନିର୍ବାଚନରେ ମତଦାନ ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ସାହାର ନେଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଙ୍ଗଳବାର ଅନେକ କେନ୍ଦ୍ରୀୟ ଏଜେନ୍ସିର ଏକ ମିଳିତ ପୋର୍ଟାଲ ବନାଇବାକୁ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ପହଂଚିଥିବା ନିର୍ବାଚନ ଆୟୋଗର ଟିମ୍ ମଙ୍ଗଳବାର କୋଳକାତାରେ ପ୍ରେସ କନଫରେନ୍ସ କରିଛନ୍ତି । ଏହା ପୂର୍ବରୁ କମିଶନ 22ଟି କେନ୍ଦ୍ରୀୟ ଏଜେନ୍ସି ସହ ବୈଠକ କରିଛନ୍ତି । କମିଶନ ରାଜ୍ୟର ରାଜନୈତିକ ଦଳଗୁଡିକ ସହ ସର୍ବଦଳୀୟ ବୈଠକ ମଧ୍ୟ କରିଛନ୍ତି । ବୈଠକରେ ତୃଣମୂଳ କଂଗ୍ରେସ ସମେତ 8ଟି ଦଳ ଉପସ୍ଥିତ ଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୈଠକରେ ଯେଉଁ ଅଭିଯୋଗ ଉଠିଥିଲା, ସେ ପ୍ରସଙ୍ଗ କହିଥିଲେ । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଅର୍ଥବଳ ସହିତ ବାହୁବଳ ବ୍ୟବହାର ଅଭିଯୋଗ ମଧ୍ୟ ପଞ୍ଜିକୃତ ହୋଇଛି। ସେ କହିଛନ୍ତି ଯେ ତାଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରାଯାଇଛି ଯେ, ଅମଲାତନ୍ତ୍ର ନିରପେକ୍ଷ ଭାବରେ ଭୋଟ୍ କରାଉନାହିଁ । ପ୍ରି-ପୋଲ୍ ଏବଂ ପୋଲ୍ ପରବର୍ତ୍ତୀ ହିଂସାକୁ ରୋକିବାକୁ ସେମାନେ ଚେଷ୍ଟା କରିବେ ବୋଲି ଆୟୋଗ କହିଛନ୍ତି। ରାଜୀବ କୁମାର କହିଛନ୍ତି ଯେ ଗୋଟିଏ ବ୍ୟତୀତ ସମସ୍ତ ଦଳ ଅତିରିକ୍ତ କେନ୍ଦ୍ରୀୟ ବାହିନୀ ଦାବି କରିଛନ୍ତି।