କୋଲକାତା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସର ବିଧାୟକ ଲୋକସଭା ନିର୍ବାଚନ ପୂର୍ବରୁ ବିବାଦୀୟ ବୟାନବାଜି କରିବାରେ ଲାଗିଛନ୍ତି । ହୁଗୁଳି ଜିଲ୍ଲାର ତାରକେଶ୍ୱରରୁ ତୃଣମୂଳ ବିଧାୟକ ରାମେନ୍ଦୁ ସିହ୍ନା ରାୟଙ୍କ ଏକ ବୟାନକୁ ନେଇ ରାଜନୀତି ଘମାସାନ ଜୋର ଧରିଛି । ଏହି ବୟାନରେ ସେ ରାମ ମନ୍ଦିରକୁ ଅପବିତ୍ର ଓ ଦେଖାଇ ହେବା କହିଥିଲେ । ତାଙ୍କର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏହି ଭିଡିଓରେ ଏକ ଜନସଭାକୁ ସମ୍ବୋଧିତ କରି ସିହ୍ନା କହୁଛନ୍ତି ଯେ, ‘ମୋତେ ଏପରି ଲାଗୁଛି ଯେ, କସଣସି ବି ହିନ୍ଦୁଙ୍କୁ ରାମମନ୍ଦିରରେ ପୂଜା କରିବାକୁ ଯିବା ଆବଶ୍ୟକ ନାହିଁ । ମୋ ହିସାବରେ ଏହା ଏକ ଅପବିତ୍ର ସ୍ଥାନ ଅଟୋ । ଏଠାରେ ସବୁ କିଛି ଦେଖାଇ ହେବା ପାଇଁ । ସିହ୍ନାଙ୍କ ଏହି ବୟାନକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଇବେ । ଯିଏକି ଏଭଳି ବୟାନ ଦେଇ ସମସ୍ତ ହିନ୍ଦୁଙ୍କ ଭାବନାକୁ ଆଘାତ ପହଂଚାଇଛନ୍ତି ।
Related Stories
November 21, 2024