ଶ୍ରୀନଗର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 7ରେ କଶ୍ମୀର ଘାଟି ପଂହଚୁଛନ୍ତି । କଶ୍ମୀର ଘାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ଜମ୍ମୁ କଶ୍ମୀରର ଶ୍ରୀନଗର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଜମ୍ମୁ କଶ୍ମୀରର ସମସ୍ତ ବରିଷ୍ଠ ବିଜେପି ନେତା ମାର୍ଚ୍ଚ 7ରେ ବଖ୍ସି ଷ୍ଟାଡିୟମରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ସଭାର ପ୍ରସ୍ତୁତିକୁ ନେଇ ଶ୍ରୀନଗରରେ ଡେରା ପକାଇଛନ୍ତି । ପୂରା ସହରରେ ସ୍ୱାଗତ ଦ୍ୱାର, ହୋର୍ଡିଂ ଓ ପତାକା ଲଗାଯାଇଛି । ରାସ୍ତା, ଗଳିକନ୍ଦିକୁ ସଫା ସୁତୁରା ଓ ସ୍ୱଚ୍ଛ କରାଯାଇଛି । ବଖ୍ସି ଷ୍ଟାଡିୟମରେ ସାର୍ବଜନୀନ ସଭାରେ ଭାଗ ନେବା ପାଇଁ ପ୍ରତ୍ୟେକ ଜିଲ୍ଲାରୁ ଅତି କମରେ 10ହଜାର ଲୋକ ଓ ଶ୍ରୀନଗର ସହରରୁ ପ୍ରାୟ 20ହଜାର ଲୋକ ଆସିବାର ଆଶା କରାଯାଉଛି ।
Related Stories
November 21, 2024